‘ଫନି’ ପାଇଁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର ଜାରି, ସନ୍ଧ୍ୟା ସୁଦ୍ଧା ସରିବ ସ୍ଥାନାନ୍ତର କାର୍ଯ୍ୟ

Published By : Prameya-News7 Bureau | May 02, 2019 IST

ଭୁବନେଶ୍ବର ୨|୫: ଅତି ଭୀଷଣ ଚକ୍ରବାତର ରୂପ ନେଇଛି ଫନି । ଏହା ପୁରୀଠାରୁ ୪୫୦ କିଲୋମିଟର ଦୂରରେ ରହିଛି । ବିଶାଖାପାଟଣାରୁ ୨୩୦କିଲୋମିଟର ଦୂରରେ ରହିଛି । ‘ଫନି’ ନେଇ ଏସଆରସିଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ରାଜ୍ୟର ୧୧ ଜିଲ୍ଲାରେ ‘ଫନି’ର ପ୍ରଭାବ ରହିବ ବୋଲି ସୂଚନା ମିଳିଛି ।

{"id":109688}

ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସକାଳ ୧୦ଟା ସୁଦ୍ଧା ୨୫ହଜାର ୪୨୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି । ଆଉ ୭ଲକ୍ଷ ୫୦ହଜାର ଲୋକ ସ୍ଥାନାନ୍ତର ହୋଇପାରନ୍ତି । ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ସରିବ । ୩୦୦୧ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକ ଅଛନ୍ତି । ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି । ମେଡିକାଲ ଟିମ୍ ସଜାଗ ରହିଛନ୍ତି । ଭିନ୍ନକ୍ଷମ, ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଜିଲ୍ଲାରେ ବରିଷ୍ଠ ଅଧିକାରୀ ତଦାରଥ କରୁଛନ୍ତି । ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ ରହିଛି ।

{"id":109749}

‘ଫନି’ ପ୍ରଭାବରେ ଆଜି ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । କାଲି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୪ତାରିଖରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍ ବେଳେ ୧.୫ ମିଟର ଉଚ୍ଚ ସମୁଦ୍ର ଜୁଆର ଉଠିବା ଆଶଙ୍କା ରହିଛି । ରାଜ୍ୟର ସମସ୍ତ ବନ୍ଦରରେ ସତର୍କ ସୂଚନା ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.