ବାତ୍ୟା ଅମ୍ଫାନ ପାଇଁ ସ୍ଥାନାନ୍ତର ହେଲେ ଲୋକ

Published By : Prameya-News7 Bureau | May 20, 2020 IST

ଟାଙ୍ଗୀ୨୦/୫: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଗରିବ ଲୋକ ଯଥା କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ଗତକାଲି ବିଳମ୍ବିତ ରାତ୍ରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ବାଲୁଗାଁ, ଚନ୍ଦ୍ରାପୁଟ, ବଡକୂଳ , କାଳୁପଡାଘାଟ , ପାଣିଦୁଆର ଗ୍ରାମର ତଳି ଅଞ୍ଚଳରେ ଶତାଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସେଭଳି ବର୍ଷା ହୋଇନଥିଲେ ମଧ୍ୟ ପବନର ବେଗ ପ୍ରଖର ରହିଛି । କୈ।ଣସି ଅଘଟଣ କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ଆଗୁଆ ପଦକ୍ଷେପ ନିଆଯାଇଛି । କେତେକ ଫଳ ବଗିଚା ନଷ୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.