Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ବର୍ଷା ସତ୍ବେ ପୁରୀରେ ପଥ ଉତ୍ସବର ମଜା ନେଲେ ଦର୍ଶକ : ମନ ମୋହିଲା ଛୋଟ ପିଲାଙ୍କଠୁ ବୟସ୍କ ବ୍ୟକ୍ତିଙ୍କ ଦୁଃସାହାସିକ ଖେଳ

18/08/2019 at 3:00 PM

ପୁରୀ ୧୮/୮: ପୁରୀରେ ସନ୍ ଡେ ଏବେ ଫନ ଡେ । ପାରମ୍ପରିକ ନୃତ୍ୟ, ଲୋକକଳା, ଭଜନ, କୀର୍ତ୍ତନର ମଜାନେଲେ ଦର୍ଶକ । ବଡ଼ ଦାଣ୍ଡ ଏବଂ ସିଂହ ଦ୍ବାର ସମ୍ମୁଖରେ ଜମିଥିଲା  ସମସ୍ତ କାର୍ଯ୍ୟକ୍ରମ । ସ୍ଥାନୀୟ ବାସିନ୍ଦା, ଶ୍ରଦ୍ଧାଳୁ, ପର୍ଯ୍ୟଟକ ଭରପୂର ମଜାନେଇଛନ୍ତି ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର । ବର୍ଷା ସତ୍ତ୍ବେ ସମସ୍ତେ ଉତ୍ସାହର ସହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

୫ ସପ୍ତାହ ହେଲା ପୁରୀ ବଡ଼ଦାଣ୍ଡ ଏବଂ ସିଂହଦ୍ବାର ସମ୍ମୁଖରେ ଚାଲିଛି ନାଚ ଗୀତ, ଭଜନକୀର୍ତ୍ତନ । । ଦର୍ଶକଙ୍କ ପଲକ ପଡ଼ୁନି । ବୟସ୍କ ବ୍ୟକ୍ତିଙ୍କ ଦୁଃସାହାସ ଖେଳର ମଜା ନେଉଛନ୍ତି ସମସ୍ତେ । ଏପଟେ ଦେଖନ୍ତୁ ଓଡ଼ିଶୀ ନୃତ୍ୟ ମୁଦ୍ରା ଦର୍ଶକଙ୍କୁ କିଛି ସମୟ ପାଇଁ ଅଟକାଇ ଦେଉଛି । ସେପଟେ ଚିତ୍ରକର ହାତକୁ ଫୁରସତ ନାହିଁ । ରଂଗ, ତୂଳୀ ଧରି ନିଜ ଦୁନିଆରେ ବ୍ୟସ୍ତ ସେ । ସକାଳୁ ସକାଳୁ ମହାପ୍ରଭୁଙ୍କ ନିକଟରେ ଚାଲିଛି ଭଜନ କୀର୍ତ୍ତନ ।  

ପୁରୀରେ ସକାଳୁ ସକାଳୁ ସାମାନ୍ୟ  ବର୍ଷା ହେଉଥିଲା । ହେଲେ ଉତ୍ସବ ଫିକା ପଡ଼ିନଥିଲା । ପୁରୀର ପାରମ୍ପରିକ ନାଗା ଓ ମେଢ଼ ନୃତ୍ୟ  ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ଥିଲା । ଯୋଗ, ପ୍ରାଣାୟମ ଭଳି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ।

କିଏ ମନୋରଂଜନ ଭିତରେ ହଜିଯାଉଛି ତ ଆଉ କିଏ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବୁଡ଼ିଯାଉଛି ।  ଭକ୍ତ ଓ ଦର୍ଶନାର୍ଥୀ ଶ୍ରୀଜିଉଙ୍କ ଦର୍ଶନ ସହ ଏଥିରେ ଭାଗ ନେଇ ବେଶ୍ ଖୁସି ଅନୁଭବ କରୁଛନ୍ତି।

   Related Posts