ବଲାଙ୍ଗୀର ସହରବାସୀ ବି ପିଉଛନ୍ତି ଫ୍ଲୋରାଇଡ୍ ଯୁକ୍ତ ପାଣି

Published By : Prameya-News7 Bureau | May 16, 2019 IST

ବଲାଙ୍ଗିର ୧୬|୫: ତତଲା ତାଓ୍ବାରେ ସିଝୁଛି ପୁରା ବଲାଂଗୀର। ଲଗାତାର ଭାବରେ ପାରଦ ୪୫ ଡିଗ୍ରୀ ତଳକୁ ଖସିବାର ନାଁ ନେଉନି। ଏଭଳି ସମୟରେ ସହରରେ ଦେଖା ଦେଇଛି ପିଇବା ପାଣି ସମସ୍ୟା। ସହରର ୨୧ ନମ୍ବର ଓ୍ବାର୍ଡ ଶାସ୍ତ୍ରୀ ନଗରବାସୀ ପିଇବା ପାଣି ନ ପାଇ   ଫ୍ଲୋରାଇଡ୍ ଯୁକ୍ତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି।

{"id":112512}

ଉପାନ୍ତ ଅଂଚଳରେ ଗାଁ ଲୋକ ଫ୍ଲୋରାଇଡ୍ ପାଣି ପିଉଥିବା ହୁଏତ ଆପଣ ଶୁଣିଥିବେ। କିନ୍ତୁ ବିଭାଗୀୟ ବାବୁଙ୍କ ଅବହେଳା ଓ ଆନ୍ତରିକତା ଅଭାବ ଯୋଗୁଁ ସହରବାସୀଙ୍କୁ ମଧ୍ୟ ପିଇବା ପାଣି ମୁନ୍ଦିଏ ପାଇଁ ହନ୍ତସନ୍ତ ହେଉଛନ୍ତି । ବାରଣ କରାଯାଇଥିବା ନଳକୂପରୁ ବାଧ୍ୟ ହୋଇ ପିଇବାକୁ ପଡୁଛି ଫ୍ଲୋରାଇଡ୍ ପାଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.