Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଏକ ଏପରି ଦେଶ ଯେଉଁଠାରେ ଲୋକେ ପିଅନ୍ତି ଅସରପାର ଜୁସ୍ : ଜାଣନ୍ତୁ ଏହା ପଛରେ ଥିବା କାରଣ

31/12/2019 at 5:04 PM

ଅସରପା ଆପଣଙ୍କୁ ପସନ୍ଦ ହେଉନଥିଲେ କିମ୍ବା ଆପଣ ଏହାକୁ ଡରୁଥିଲେ ମଧ୍ୟ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚୀନର ଲୋକମାନଙ୍କ ପାଇଁ ଏହା ରୋଜଗାରର ମାଧ୍ୟମ। ଅସରପା କେତେକ ସମ୍ଭାବିତ ଔଷଧୀୟ ଗୁଣ ଯୋଗୁଁ ଚାଇନା ଉଦ୍ୟୋଗ ପାଇଁ ବ୍ୟବସାୟର ପନ୍ଥା ହୋଇଥାଏ। ଚାଇନା ସହିତ ଅନ୍ୟ ଏସୀୟ ଦେଶରେ ଅସରପାକୁ ଭାଜି ଖିଆଯାଇଥାଏ। କିନ୍ତୁ ଏବେ ଏମାନଙ୍କ ବହୁମାତ୍ରାରେ ବଂଶ ବୃଦ୍ଧି କରାଯାଉଛି।

ଚୀନର ଶିଚାଙ୍ଗ ସହରରେ ଏକ ଔଷଧ କମ୍ପାନୀ ପ୍ରତି ବର୍ଷ ୬୦୦କୋଟି ଅସରପା ପାଳନ କରିଥାଏ। ଦକ୍ଷିଣ ଚାଇନା ମର୍ଣ୍ଣିଙ୍ଗ୍ ପୋଷ୍ଟ ଅନୁସାରେ ଏକ କୋଠାରେ ଏଗୁଡ଼ିକ ପାଳନ କରାଯାଇଥାଏ। ଏହି କୋଠାର କ୍ଷେତ୍ରଫଳ ପାଖାପାଖି ଦୁଇଟି ଖେଳପଡ଼ିଆ ସମାନ। ସେଠାରେ ଆଲମାରିର ପତଳା ଧାଡ଼ିରେ ଏଗୁଡ଼ିକ ପୋଷା ଯାଇଥାଏ। ଏଗୁଡ଼ିକ ପାଇଁ ଖାଇବା ଏବଂ ପାଣିର ବ୍ୟବସ୍ଥା ହୋଇଥାଏ। ଭିତର ପୂରା ଅନ୍ଧାର ହୋଇଥାଏ ଏବଂ ବାତାବରଣକୁ ଗରମ କରି ରଖାଯାଇଥାଏ। ଫାର୍ମ ଭିତରେ ପୋକ ବୁଲିବା ଏବଂ ପ୍ରଜନନ କରିବାର ସ୍ବାଧୀନତା ଦିଆଯାଇଥାଏ। ସେମାନଙ୍କୁ ସୂର୍ଯ୍ୟ କିରଣଠୁ ଦୂରରେ ରଖାଯାଇଥାଏ ଏବଂ ଏଗୁଡ଼ିକ କୋଠା ବାହାରକୁ ଯାଇପାରନ୍ତି ନାହିଁ।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସିଷ୍ଟମ୍ ଅସରପା ପାଳନ ଉପରେ ନଜର ରଖିଥାଏ। ଏହା ଜରିଆରେ କୋଠା ଭିତରେ ତାପମାତ୍ରା,ଖାଇବା ମିଳିବା ଏବଂ ଆର୍ଦ୍ରତା ଉପରେ ନିୟନ୍ତ୍ରଣ ରଖାଯାଇଥାଏ। ଲକ୍ଷ୍ୟ ରହିଥାଏ କିପରି କମ୍ ସମୟ ମଧ୍ୟରେ ଅଧିକରୁ ଅଧିକ ଅସରପା ସୃଷ୍ଟି କରିବା। ଅସରପା ବୟସ୍କ ହୋଇଗଲେ ସେଗୁଡ଼ିକୁ ଚାପିକି ମାରି ଦିଆଯାଇଥାଏ ଏବଂ ଏଗୁଡ଼ିକ ସର୍ବତ କରି ଚୀନରେ ପରମ୍ପରାଗତ ଔଷଧ ଭାବେ ପିଆଯାଇଥାଏ। ଏହା ତରଳ ଝାଡ଼ା,ବାନ୍ତି,ପେଟରେ ଅଲସର,ନିଃଶ୍ବାସରେ ଅସୁବିଧା ଏବଂ ଅନ୍ୟାନ୍ୟ ରୋଗରେ ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ।

ସର୍ଭେରୁ ମଧ୍ୟ ଜଣାଯାଇଛି ଯେ ଏହା ଏକ ଚମତ୍କାରୀ ଔଷଧ। ଏହା ଅନେକ ରୋଗ ପାଇଁ ଲାଭଦାୟକ ହୋଇଥାଏ ଏବଂ ଅନ୍ୟ ଔଷଧ ତୁଳନାରେ ଏହା ଶୀଘ୍ର କାମ କରିଥାଏ।

ଔଷଧ ପାଇଁ ଅସରପା ପାଳନ ସରକାରୀ ଯୋଜନାର ଅଂଶବିଶେଷ ହୋଇଯାଇଛି। ଏବଂ ଏହି ଔଷଧ ହସ୍ପିଟାଲରେ ବ୍ୟବହାର କରାଯାଉଛି।

   Related Posts