Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଟଙ୍କା ପାଇଁ ନିୟମକୁ ଫୁ : ସାମାଜିକ ଦୂରତା ରକ୍ଷା କରିବାକୁ ସର୍କଲରେ ରଖିଲେ ଚପଲ, ନିଜ ନିଜ ଭିତରେ ଗପସପ କଲେ ଲୋକ

11/04/2020 at 8:51 AM

ଲକ୍ଷ୍ନୌ ୧୧।୪: ଲକ୍ ଡାଉନ୍ ବେଳେ ଯେପରି ଲୋକମାନେ ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ସେଥିପାଇଁ ମୋଦି ସରକାର ଗରିବଙ୍କ ଜନ ଧନ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ବ୍ୟାଙ୍କରୁ ଏହି ଟଙ୍କା ଉଠାଇବା ପାଇଁ ବିଭିନ୍ନ ସ୍ଥାନରେ ଜନସମାଗମ ଦେଖିବାକୁ ମିଳୁଛି । ଯେତେବେଳେ ଲୋକମାନେ ଖରାରେ ଅଧିକ ସମୟ ଠିଆ ହୋଇ ବିରକ୍ତ ହୋଇଗଲେ, ସେମାନେ ସାମାଜିକ ଦୂରତାକୁ ଧ୍ୟାନରେ ରଖି ଚପଲଗୁଡିକ ଗୋଲ ଘରେ ରଖିଦେଇଥିଲେ ଏବଂ ନିଜେ ଛାଇରେ ଠିଆ ହୋଇ ପରସ୍ପର ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ ।ଉତ୍ତରପ୍ରଦେଶର ପିଲିଭିତର ପୁରନପୁର ସହରରେ ଏଭଳି ଘଟମା ଦେଖିବାକୁ ମିଳିଛି ।

ଏଠାରେ ଦେଢରୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଧାଡିରେ ଚପଲ ରଖାଯାଇଥିବା ଦେଖିବାକୁ ମିଳିଥିଲା । ବ୍ୟାଙ୍କ ଅଫ୍ ବରୋଦା ଏବଂ ମାଧୋଟାଣ୍ଡା ଅଞ୍ଚଳରେ ଥିବା ଜନସୁବିଧା କେନ୍ଦ୍ରରେ ହୋଇଥିବା ବ୍ୟାଙ୍କ ବାହାରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲୋକମାନେ ଟଣାଯାଇଥିଲା ସର୍କଲରେ ଛିଡା ହୋଇନଥିଲେ ।

ଟାଣ ଖରାକୁ ଏଡାଇବା ପାଇଁ, ବ୍ୟାଙ୍କର ଗ୍ରାହକମାନେ ସେମାନଙ୍କର ଚପଲକୁ ସର୍କଲରେ ରଖି ନିଜେ ଛାଇରେ ଛିଡା ହୋଇଥିବା ଦେଇଥିବାକୁ ମିଳିଥିଲା । ଏହି ସମୟରେ କିଛି ଲୋକ ଛାଇରେ ବସି ଏକାଠି କଥାବାର୍ତ୍ତା କରୁଥିବା ମଧ୍ୟ ଦେଖାଯାଇଛି ।

ଏନେଇ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ପଚରାଯିବା ପରେ ସେମାନେ କହିଥିଲେ ଯେ, “ବହୁତ ଲୋକ ଥିବାରୁ ବହୁ ସମୟ ଧରି ଛିଡା ହେବାକୁ ପଡୁଛି । ପ୍ରବଳ ଖରା ହେତୁ ଆମେ ସର୍କଲରେ ଆମର ଚପଲ ରଖିଦେଇଛୁ ।”

ଚପଲର ଏତେ ଲମ୍ବା ଧାଡି ଯେ ଏହା ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଚପଲର ଧାଡି ପ୍ରାୟ ଦେଢରୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ।

   Related Posts