Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ମାମଲାରେ ପୋଲିସକୁ ସହାୟତା କରିବି: ୟାକୁବ୍‌
  • ||
  • ଆତ୍ମସମର୍ପଣ କରିବି ବୋଲି କହିଲେ ହାଇଦର ସହଯୋଗୀ ୟାକୁବ
  • ||
  • ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ
  • ||
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||

କୋଭିଡ କଟକଣା ସତ୍ତ୍ୱେ ମହାରାଷ୍ଟ୍ର ବୁଲଢାଣାରେ ଅନୁଷ୍ଠିତ ହେଲା ‘ଚପଲ ଯାତ୍ରା’, ୧ ହଜାର ୧୧ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ

5/04/2021 at 4:40 PM

ବୁଲଢାଣା ୫।୪: କୋଭିଡ ସଂକ୍ରମଣରେ ଏବେ ମହାରାଷ୍ଟ୍ର ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି। ଦୈନିକ ସଂକ୍ରମଣ ବଢିବଢି ଚାଲିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ପାରୁପର୍ଯ୍ୟନ୍ତେ ଉଦ୍ୟମ ଚଳାଇଛନ୍ତି, କଡା କଟକଣା ଲଗାଉଛନ୍ତି। ହେଲେ ହେବ କ’ଣ? ଲୋକେ କିନ୍ତୁ କଟକଣା ମାନିବାକୁ ନାରାଜ। ପୋଲିସରେ ମୋକଦ୍ଦମା ହେଉ ପଛେ ଲୋକେ ବାର୍ଷିକ ଧାର୍ମିକ କାର୍ଯ୍ୟକ୍ରମ ପାଳନ କରୁଛନ୍ତି।

ରାଜ୍ୟରେ ବ୍ୟାପୁଥିବା କରୋନା ଭାଇରସ ମହାମାରୀ ନିୟନ୍ତ୍ରଣ ଲାଗି ସରକାର ସଭାସମିତି, ଧାର୍ମିକ କାର୍ଯ୍ୟକ୍ରମ ବାତିଲ ଘୋଷଣା କରିଛନ୍ତି। ଏହା ଛଡା ରାଜ୍ୟରେ କଡା କରୋନା ଗାଇଡଲାଇନ ମଧ୍ୟ ଜାରି ଅଛି। ଏହା ସତ୍ତ୍ୱେ ବୁଲଢାଣା ଜିଲ୍ଲାରେ ବାର୍ଷିକ ଧାର୍ମିକ କାର୍ଯ୍ୟକ୍ରମ ଚପଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ଧାର୍ମିକ କାର୍ଯ୍ୟକ୍ରମ ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଲୋକଙ୍କୁ ବୁଝାସୁଝା କରି ଘରକୁ ଫେରିଯିବାକୁ ପରାମର୍ଶ ଦେଇଥିଲା। ହେଲେ ଲୋକେ ପୋଲିସ ପରାମର୍ଶ ନ ମାନି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିଥିବାର ଉପ ପୋଲିସ ଅଧିକାରୀ ରମେଶ ବରକଟେ କହିଛନ୍ତି।

ଘଟଣା ନେଇ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କ ବିରୋଧରେ ପୋଲିସ ରାୟପୁର ଥାନାରେ ୧ ହଜାର ୧୧ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛି। ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଓ ୨୬୯ରେ ଏହି ମୋକଦ୍ଦମା ରୁଜୁ ହୋଇଥିବା ବେଳେ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚପଲ ଯାତ୍ରା ଲାଗି ଏଠାକୁ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ହେଲେ ଚଳିତବର୍ଷ କରୋନା ଦ୍ୱିତୀୟ ଲହର ଲାଗି ସ୍ଥାନୀୟ ଅଞ୍ଚଳର ଲୋକେ ଏକତ୍ର ହୋଇ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।  

   Related Posts