ରିଲିଜ ହେଲା ଅମୃତା ଫଡନାଭିସଙ୍କ ନୂଆ ଗୀତ : ୩୬ହଜାରରୁ ଅଧିକ ଲୋକ କଲେ ଡିସଲାଇକ୍

Published By : Prameya-News7 Bureau | November 20, 2020 IST

ମୁମ୍ବାଇ ୨୦/୧୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡ଼ନାଭିସ୍ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଏଥର ଅମୃତା ଫଡନାଭିସ୍ ନିଜ ନୂଆ ଗୀତକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଗୀତ ୟୁଟ୍ୟୁବରେ ରିଲିଜ ହୋଇଛି। କିନ୍ତୁ ଲୋକେ ଏହାକୁ ଡିସଲାଇକ୍ କରୁଛନ୍ତି।

{"id":364858,"sizeSlug":"large"}

ଅମୃତା ଫଡନାଭିସ୍ ଜଣେ ଗାୟିକା। ତାଙ୍କର ଏକ ନୂଆ ଗୀତ ‘ତିଲା ଜଗୁ ଦ୍ୟା’ ରିଲିଜ ହୋଇଛି,ଏହି ଗୀତକୁ ଅମୃତା ଫଡନାଭିସ୍ ୟୁଟ୍ୟୁବରେ ରିଲିଜ କରିଛନ୍ତି। ଏହି ଗୀତର ରିଲିଜ ବିଷୟରେ ଅମୃତା ଟ୍ବିଟରରେ ମଧ୍ୟ କହିଛନ୍ତି।

{"id":364860,"sizeSlug":"large"}

ଏହି ଗୀତକୁ ଟି-ସିରିଜ ମରାଠୀ ଲଞ୍ଚ୍ କରିଛି। ଏହାକୁ ଭାତୃ ଦ୍ବିତୀୟା ଦିନ ଲଞ୍ଚ୍ କରାଯାଇଛି। ଏହି ଗୀତ ମହିଳାଙ୍କ ସଶକ୍ତିକରଣ ଉପରେ ଆଧାରିତ। କିନ୍ତୁ ଏହି ଗୀତକୁ ଲୋକେ ଲାଇକ୍ ବଦଳରେ ଡିସଲାଇକ୍ ଅଧିକ କରୁଛନ୍ତି।

{"id":364863,"sizeSlug":"large"}

 ଏହି ଗୀତକୁ ଏବେ ସୁଦ୍ଧା ପାଖାପାଖି ୩୬ହଜାର ଲୋକେ ଡିସଲାଇକ୍ କରି ସାରିଛନ୍ତି। କେବଳ ଏତିକି ନୁହେଁ ଏହି ଗୀତକୁ ନେଇ ୟୁଟ୍ୟୁବ୍ ଏବଂ ସୋସିଆଲ୍ ମିଡିଆରେ ଟିପ୍ପଣୀ ଦେଉଛନ୍ତି। ବର୍ତ୍ତମାନ ଏହି ଗୀତର ମରାଠୀ ଭର୍ସନ ରିଲିଜ ହୋଇଛି।

{"id":364864,"sizeSlug":"large"}


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.