କଣ୍ଟେନମେଣ୍ଟ ନିୟମ ମାନିଲେନି ଅମାନିଆ, ବାରଣ କରିବାରୁ ଓଲଟା ସରପଞ୍ଚ ଓ ନୋଡାଲ ଅଫିସରଙ୍କୁ ମାରିଲେ ମାଡ଼

Published By : Prameya-News7 Bureau | May 07, 2020 IST

ଭଦ୍ରକ ୭।୫ : କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ପ୍ରଶାସନ । ଗାଁ ସିଲ୍ ହେଲା କିନ୍ତୁ ନିୟମ ଉଲଂଘନ କରି ଗାଁରୁ ବାହାରି ବଜାରରେ ବୁଲିଲେ । ଆକଟ କରି ଅମାନିଆଙ୍କୁ କ୍ଵାରେଣ୍ଟାଇନରେ ରହିବା ପାଇଁ କୁହାଗଲା । କିନ୍ତୁ ଅମାନିଆମାନେ ଓଲଟା ନୋଡାଲ ଅଫିସର, ସରପଞ୍ଚ ଓ ସହଯୋଗୀଙ୍କୁ ମାଡ ମାରିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଥାନାରେ ଏତଲା ଦିଆଯାଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ।

{"id":266060,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ପଞ୍ଚାୟତରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ । ତେବେ ଅଭିଯୋଗ ଅନୁଯାୟୀ କେତେକ ଲୋକେ କଣ୍ଟେନମେଣ୍ଟ ଜୋନର ନିୟମ ଉଲଂଘନ କରି ଅଧିକାଂଶ ସମୟରେ ତିହିଡି ବଜାରରେ ବୁଲାବୁଲି କରୁଥିଲେ । ଏହି ଘଟଣା ପରେ ସରପଞ୍ଚ ତାଙ୍କୁ ତାଗିଦ କରିଥିଲେ । ପରେ ପୁଣି ଥରେ ବଜାରରେ ବୁଲୁଥିବା ଦେଖି ପ୍ରାୟ ୧୨ଜଣଙ୍କୁ କାଁପଡା କ୍ଵରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । ସେଠାରେ ସେମାନେ ବିଭିନ୍ନ ପ୍ରାକର ଅଭିଯୋଗ କରୁଥିବା ଦେଖାଯାଇଥିଲା ।

{"id":266061,"sizeSlug":"large"}

କ୍ଵାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ଯୁବକ ଅଚେତ୍ ହୋଇପଡିଥିବା ଖବର ପାଇଁ ସରପଞ୍ଚ ବିଦେଶିନୀ ସ୍ବାଇଁ, ତାଙ୍କ ସ୍ବାମୀ ଓ ନୋଡାଲ ଅଫିସର ଅଲେଖ ତିର୍କୀ ଗାଁକୁ ଯାଇ ଯୁବକଙ୍କୁ ତିହିଡି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ସେହି ସମୟରେ ଗାଁର କିଛି ଲୋକ ସରପଞ୍ଚଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ସରପଞ୍ଚଙ୍କ ସ୍ବାମୀ ଅଟକାଇବାରୁ ତାଙ୍କୁ ମଧ୍ୟ ପାଇଁ ଯାଇଥିବା ବେଳେ ତାଙ୍କ ମଧ୍ୟ ମାଡ ହୋଇଥିବା ଅଭିଯୋଗ ହୋଇଛି । ନୋଡାଲ ଅଫିସରଙ୍କୁ ମଧ୍ୟ ଗାଁ ଲୋକେ ମାଡ ମାରିଥିବା ଅଭିଯୋଗ ହୋଇଛି । ତିହିଡି ଥାନାରେ ଏତଲା ଦିଆଯାଇଛି ।

{"id":266062,"sizeSlug":"large"}

ଅନ୍ୟପଟେ ଅଭିଯୋଗକାରୀଙ୍କ କହିବା କଥା ଯେ, ସେମାନଙ୍କୁ କ୍ଵାରେଣ୍ଟାଇନରେ ରଖି ଖାଇବା ପାଇଁ ଦିଆଯାଉନଥିଲା । ସେଥିପାଇଁ ଯୁବକଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା ଓ ସେ ଅଚେତ୍ ହୋଇଯାଇଥିଲେ । ତେବେ ଘଟଣା ବିଷୟରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.