ଟ୍ରାଫିକ ଜରିମାନା ପାଇଁ ନୂଆ ନିୟମ ଲାଗୁ କରିବାକୁ ବିରୋଧିଙ୍କ ଦାବି- ଗୁଜୁରାଟ ମଡେଲ ଆପଣାଇ କମ ଜରିମାନା ଆଦାୟ କର

Published By : Prameya-News7 Bureau | September 11, 2019 IST

ଭୁବନେଶ୍ବର ୧୧।୯- ନୂଆ ମୋଟର ଯାନ ଆଇନ ଲାଗୁ ପରେ ସାରା ଦେଶରେ ଅସନ୍ତୋଷ । ନୂଆ ଆଇନ ଅନୁସାରେ ଆଦାୟ ହେଉଥିବା ଫାଇନ କୋହଳ କରାଯାଉ ।କେନ୍ଦ୍ରୀୟ ଆଇନକୁ  ତର୍ଜମା କରି କିଛି ରାଜ୍ୟ ଏବେ ଫାଇନକୁ କେହଳ କରିଛନ୍ତି । ଗୁଜୁରାଟ ଭଳି ରାଜ୍ୟରେ ଅଧା ଫାଇନ ଆଦାୟ ହେଉଛି । ଆଉ ଏହାକୁ ଦେଖି ଓଡିଶାରେ ଏକାଥରେ ଏକାଧିକ ଫାଇନ ନିଆ ନଯାଇ କେବଳ ସର୍ବାଧିକ ଗୋଟିଏ ଫାଇନ ଆଦାୟ ଲାଗି ସରକାର ବ୍ୟବସ୍ଥା  କରନ୍ତୁ ବୋଲି ଦାବି ଦେଉଛି । ସେପଟେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ କହିଛନ୍ତି ରାଜ୍ୟମାନେ ଚାହିଁଲେ ଫାଇନ କୋହଳ କରିପାରିବେ ।

{"id":156333}

୩ମାସ କୋହଳ ନୁହେଁ ଫାଇନ ପରିମାଣ ବି କମାଅ।  ନୂଆ ମୋଟର ଯାନ ଆଇନ ଅନୁସାରେ ଏକାବେଳେ ଏକାଧିକ ଫାଇନ ଆଦାୟକୁ ନେଇ ଅସନ୍ତୋଷ ବଢୁଥିବା ଦେଖି ମୁଖ୍ୟମନ୍ତ୍ରୀ ତିନିମାସ ନିୟମ କୋହଳ ଘୋଷଣା କରିଛନ୍ତି।  ହେଲେ ଏବେ କଥା ଉଠିଛି ଫାଇନ ଆକାର ବି କୋହଳ କରନ୍ତୁ ରାଜ୍ୟ ସରକାର ।ଗୁଜରାଟର ଉଦାହରଣ ଦେଇଛନ୍ତି ବିରୋଧୀ।  ଗୁଜୁରାଟ ଭଳି କିଛି ରାଜ୍ୟ ଅଧା ଫାଇନ ଆଦାୟ କରୁଛନ୍ତି । ଓଡିଶା ସରକାର ମଧ୍ୟ ଅନୁରୂପ ଭାବେ ଫାଇନ ଆଦାୟରେ କୋହଳ କରିବା କଥା ବିରୋଧୀ ଉଠାଇଛନ୍ତି । ଏକାଥରେ ଏକାଧିକ ଫାଇନ ଆଦାୟ ନହୋଇ ଓଡିଶା ନିଜସ୍ବ ଢାଞ୍ଚାରେ କେବଳ ସର୍ବାଧିକ ଗୋଟିଏ ଫାଇନ ଆଦାୟ ଲାଗି ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରିଛନ୍ତି । ସେପଟେ ବିଜେଡି କହିଛି ସରକାର ଏସବୁର ତର୍ଜମା କରୁଛନ୍ତି।

{"id":156334}

କେନ୍ଦ୍ରୀୟ ଆଇନରେ ଫାଇନ ବ୍ୟବସ୍ଥାକୁ ନେଇ ସାରା ଦେଶରେ ଅସନ୍ତୋଷ ବଢୁଛି । କିଛି ରାଜ୍ୟ ଏହାକୁ ଏଯାଏ ଲାଗୁ ବି କରିନାହାନାନ୍ତି। ଏଭଳି ସ୍ଥିତି ଦେଖି କେନ୍ଦ୍ର ସରକାର ଏବେ ବୁଲେଇ ବଙ୍କେଇ ଫାଇନ କୋହଳ କଥାକୁ ସ୍ବୀକାର ବି କଲେଣି । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ କହିଛନ୍ତି ରାଜ୍ୟମାନେ ଚାହିଁଲେ ନିଜ ଅନୁସାରେ ଫାଇନ ଆଦାୟରେ କୋହଳ କରିପାରିବେ ।

{"id":156335}

ଓଡ଼ିଶାରେ ଏବେ ଫାଇନ ଆଦାୟ ତିନିମାସ କୋହଳ ହୋଇଛି ଆଉ ଖୁବ ଶୀଘ୍ର ରାଜ୍ୟ ସରକାର ନିଜସ୍ବ ମଡେଲ ତିଆରି କରିପାରନ୍ତି।

{"id":156336}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.