ରଥଯାତ୍ରା ପରେ ପବିତ୍ର ଶ୍ରାବଣରେ କାଉଡିଆ ଯାତ୍ରା ପାଇଁ ଅନୁମତି ଦେବାକୁ ଦାବି କଲେ କାଉଡିଆ ଭକ୍ତ

Published By : Prameya-News7 Bureau | June 24, 2020 IST

ଗୋରଖପୁର ୨୪/୦୬ : ଉତ୍ତର ପ୍ରଦେଶ ବସ୍ତି ଜିଲ୍ଲା ସମାଜବାଦୀ ପାର୍ଟି ନେତା ସିଦ୍ଧାର୍ଥ ସିଂହ ମଙ୍ଗଳବାର ଦିନ ରାଜ୍ୟରେ କାଉଡିଆ ଯାତ୍ରା ପାଇଁ ଦାବି କରିଛନ୍ତି | ପୁରୀରେ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ରଥ ଯାତ୍ରା ସମ୍ପନ୍ନ ହେବାପରେ କାଉଡିଆ ଯାତ୍ରା ପାଇଁ ସେ ଦାବି କରିଛନ୍ତି | ଏନେଇ ସେ ଏକ ସ୍ମାରକପତ୍ର ଜିଲ୍ଲା ଅଧିକାରୀଙ୍କୁ ଦେଇଛନ୍ତି | ସେ ସାମ୍ବାଦିକଙ୍କୁ କହିଛନ୍ତି ଯେ ସେ ୫୦ ହଜାର ମାସ୍କ ଓ ୧୦୦ ଲିଟର ସାନିଟାଇଜର ବ୍ୟବସ୍ଥା କରିଛନ୍ତି | ଅଧିକାରୀଙ୍କ ଉପସ୍ଥଟିରେ ଏହା ଶିବ ଭକ୍ତଙ୍କୁ ଦିଆଯିବ | ଯଦି ମନ୍ଦିର ଖୋଲାଯାଇଛି ତେବେ ଶହ ଶହ ବର୍ଷ ପୁରୁଣା କାଉଡିଆ ଯାତ୍ରା ପରମ୍ପରାକୁ ରଦ୍ଦ କରିବା ଧାର୍ମିକ ବିଶ୍ୱାସର ବିରୁଦ୍ଧ | ଶିବ ଭକ୍ତ ଏହି ନିଷ୍ପତ୍ତିରେ ନିରାଶ ହେବେ |'

{"id":290930,"sizeSlug":"large"}

ଜୁନ ୨୦ ତାରିଖରେ ଉତ୍ତର ପ୍ରଦେଶ ସରକାର ସୂଚନା ଦେଇଥିଲେ ଯେ କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ପବିତ୍ର ଶ୍ରାବଣ ମାସରେ ହେବାକୁ ଥିବା କାଉଡିଆ ଯାତ୍ରା ସ୍ଥଗିତ ରଖାଯିବ | ଏକ ସରକାରୀ ବୟାନ ରେ କୁହାଯାଇଥିଲା ଯେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭିଡିଓ କନଫରେନସିଂ ମାଧ୍ୟମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ତଥା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହିତ ଆଲୋଚନା କରିଥିଲେ | ଆଲୋଚନାରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ଧର୍ମଗୁରୁ ତଥା କଉଡିଆ ସଙ୍ଘ ଶ୍ରାବଣ ମାସର କୁଡୁଆ ଯାତ୍ରା ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି | ଏହି ପ୍ରସ୍ତାବ ଉପରେ ବିଚାର କରି ୩ ମୁଖ୍ୟମନ୍ତ୍ରୀ ଚଳିତବର୍ଷ କାଉଡିଆ ଯାତ୍ରା ସ୍ଥଗିତ ରଖିବାକୁ ନିର୍ଣ୍ଣୟ ନେଇଥିଲେ |

{"id":290931,"sizeSlug":"large"}

ହରିୟାଣା ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଯୋଗୀ ଆଦିତ୍ୟନାଥ ସମସ୍ତ ଉପର ପଦସ୍ଥ ପୋଲିସ ମହାନିର୍ଦେଶକ ଜୋନ ତଥା ମଣ୍ଡଳ ଆୟୁକ୍ତ ସହ କାଠ ହୋଇଥିଲେ | ଧର୍ମଗୁରୁ ତଥା କାଉଡିଆ ସଙ୍ଘର ନିଷ୍ପତ୍ତି ପରେ ତାଙ୍କ ଅପିଲ ଜନତା ପର୍ଯ୍ୟନ୍ତ ପହଞ୍ଚାଇବା ଏବଂ ପ୍ରସାରିତ କରିବା କାମ କରାଯାଉ | ସେ କହିଥିଲେ ଯେ ସ୍ଥାନୀୟ ସ୍ଥରରେ ଶିବାଳୟ ମାନଙ୍କରେ ଜଳାଭିଷେକ ପାଇଁ ୫ କିମ୍ବା ତାଠାରୁ କମ ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ଦିଆଯିବ ଅନଂ ତାଙ୍କ ସୁରକ୍ଷା ପ୍ରତି ବିଶେଷ ଦୟାନ ଦିଆଯିବ | ପରିସ୍ଥିତିକୁ ଦୃଷ୍ଟିରେ ରଖି ସାବଧାନ ରହିବାକୁ ମଧ୍ୟ ସେ କହିଥିଲେ |

{"id":290932,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.