ଆଗରୁ ମାଛି ଉଡୁ ନଥିଲେ, ଏବେ ପଲ୍ୟୁସନ ଚେକିଂ ସଂସ୍ଥାରେ ଲମ୍ବା ଧାଡି

Published By : Prameya-News7 Bureau | September 08, 2019 IST

ଭୁବନେଶ୍ବର ୮।୯: ପଲ୍ୟୁସନ୍ ଚେକିଂ ସଂସ୍ଥା ଗୁଡିକରେ  ଲମ୍ବାଧାଡି । ରବିବାର ସକାଳେ ଦୃଶ୍ୟ ଧାଡି ଧାଡି ହୋଇ  ଗାଡିମାନଙ୍କର ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଚେକିଂ ସଂସ୍ଥା ଗୁଡିକରେ ବେଶ ଭିଡ ଦେଖିବାକୁ ମିଳିଥିଲା। ଛୁଟି ଦିନରେ ସମସ୍ତେ ପଲ୍ୟୂସନ ଚେକିଂ ସାଟିଫିକେଟ କରାଇବାକୁ ପାଇଁ  ବ୍ୟସ୍ତ ଥିଲେ । ନୁତନ ଏମଭି ଆକ୍ଟ ପରେ ସମସ୍ତେ ଚିନ୍ତିତ । ତେଣୁ  ୫ଘଣ୍ଟା ୧୦ ଘଣ୍ଟା ପର୍ଯ୍ୟନ୍ତ  ଧାଡିରେ ଛିଡା ହୋଇଥିଲେ ଲୋକେ । ଗୋଟେପଟେ ବାଇକ ଅନ୍ୟପଟେ କାର । ରବିବାର ଥିବାରୁ ସମସ୍ତେ ବ୍ୟସ୍ତ ଚାକିରି ଦିନ ଭିତରୁ ଗୋଟିଏ ଦିନ ଛୁଟିରେ କେମିତି କରାଇବେ ସାଟିଫିକେଟ । ତେବେ ଏ ଧାଡି କେବଳ ଆଜି ନୁହେଁ ଏପରିକି ଗତ କାଲି ଠାରୁ ବୁକିଂ କରି ମଧ୍ୟ ଏଯାଏଁ ପଡୁନି ପାଳି ତେଣୁ ବ୍ୟସ୍ତ ଓ ଅଶାନ୍ତି ମନ ଭିତରେ ।

{"id":154946}

ଦିନେ ଯେଉଁ ପଲ୍ୟୁସନ ଚେକିଂ ସଂସ୍ଥା ଗୁଡିକ ଦିନକୁ ମାତ୍ର ୧୦ଟି ବା ,ଏପରିକି ସଂପୁର୍ଣ ଖାଲି ରେ ବସୁଥିଲେ ଆଜି ଦିନକୁ ୪ଶହ ପାଂଚଶହ ଗାଡି କୁ ଚେକିଂ କରି ଦେଉଛନ୍ତି ସାଟିଫିକେଟ ।ତେବେ କର୍ମଚାରି କିନ୍ତୁ ସେତିକି । ଗାଡି ସଂଖ୍ୟାକୁ ଦେଖି ନାହିଁ କିଛି ବ୍ୟବସ୍ଥା ।ତେବେ ଅନେକ ଜାଗା​‌ରେ ଗାଡି ରଖିବାକୁ ଜାଗା ନଥିବା ବେଳେ କେଉଁଠି ଟ୍ରାଫିକ ପୋଷ୍ଟ ପର୍ଯ୍ୟନ୍ତ ମଧ୍ୟ ଲମ୍ବିଲାଣି ଗାଡି। ତେଣୁ ଆଗକୁଏହା ଟ୍ରାଫିକ ସମସ୍ୟା ମଧ୍ୟ ଉପୁଯାଇବା ବଡ କଥା ନୁହେଁ ।ସେହିଭଳିକେଉଁଠି କେଉଁଠି  ସଂସ୍ଥା ଗୁଡିକ ଗ୍ରାହକଙ୍କ ଲାଗି ନମ୍ବରିଂ ସିଷ୍ଟମ କରି ସୁଚାରୁ ଭାବେ ପରିଚାଳନା କରିବା ପରିବର୍ତେ ତୋଡ ଦେଖାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

{"id":154948}

ପଲ୍ୟୁସନ ଚେକିଂ  ଲାଗି ସମୟ ସୀମା ଏକ ମାସ ପର୍ଯ୍ୟନ୍ତ କୋହଳ ହୋଇଛି । କିନ୍ତୁ ଗାଡି ସଂଖ୍ୟାକୁ ଦେଖିଲେ ଯେଉଁ ଭଳି ଭାବେ କାର୍ଯ୍ୟ ଚାଲିଛି ସାଟିଫିକେଟ ଲାଗି ମାସେ ନୁହେଁ ୬ମାସ ମଧ୍ୟ କମ ପଡିଯିବ ବୋଲି ଅଭିଯୋଗ କରିଛନ୍ତି ଲୋକେ । ତେଣୁ ଅଧିକ ସଂଖ୍ୟାରେ ଏଜେନ୍ସି  ଓ ନମ୍ବରିଂ ସିଷ୍ଟମ କରିବାର ଆବଶ୍ୟକତା ଥିବା ଦାବି କରିଛନ୍ତି  ରାଜଧାନୀ ବାସିନ୍ଦା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.