୯୦ ଦଶକରେ ଶିବଙ୍କ ଅଭିନୟ କରି ପପୁଲାର ହୋଇଥିଲେ ଏହି ଅଭିନେତା, ପ୍ରକୃତରେ ଭଗବାନ ଭାବି ଲୋକେ କରୁଥିଲେ ପୂଜା

Published By : Prameya-News7 Bureau | March 04, 2019 IST

wp:heading {"level":5}
ମୁମ୍ୱାଇ ୪|୩: ୯୦ ଦଶକରେ ଓମ ନମଃ ଶିବାୟ ସିରିଏଲ ବେଶ ଆଦୃତ ହୋଇଥିଲା। ଏହି ସିରିଏଲରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ଅଭିନେତାମାନେ ଏତେ ଭଲ ଅଭିନୟ କରିଥିଲେ ଯେ, ଲୋକେ ଅଭିନେତାଙ୍କୁ ବାସ୍ତବ ବୋଲି ମନେ କରୁଥିଲେ। ଏହି ସିରିଏଲର କେତେକ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଏବେ ଚଳଚ୍ଚିତ୍ରରେ ବେଶ ନାଁ କରିଛନ୍ତି।
/wp:heading {"id":90518,"width":596,"height":425}
wp:heading {"level":5}
ତେବେ ୯୦ ଦଶକରେ ଛୋଟ ପରଦାର ଏହି ଧାର୍ମିକ ସିରିଏଲରେ ଶିବ ଭୂମିକାରେ ଅଭିନୟ କରିଥିବା କଲାକାର ସମସ୍ତଙ୍କଠୁ ଅଧିକ ପ୍ରତିଷ୍ଠା ଲାଭ କରିଥିଲେ। ସେହି ସମୟରେ ଓମ ନମଃ ଶିବାୟ ସିରିଏଲ ବହୁତ ଲୋକପ୍ରିୟତା ହାସଲ କରିଥିଲା । ଧିରଜ କୁମାରଙ୍କ ନିର୍ଦ୍ଦେଶନାରେ ହୋଇଥିବା ଏହି ସିରିଏଲ ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ସମସ୍ତେ ପସନ୍ଦ କରୁଥିଲେ। ଏଥିରେ ଶିବ ଭୂମିକାରେ ଅଭିନୟ କରୁଥିବା ଅଭିନେତା ସମର ଜୟ ସିଂହ ଦର୍ଶକଙ୍କୁ ବହୁତ ପସନ୍ଦ ଥିଲେ। ଲୋକେ ତାଙ୍କୁ ପ୍ରକୃତରେ ଶିବ ବୋଲି ମାନି ପୂଜା କରୁଥିଲେ।
/wp:heading {"id":90519,"width":596,"height":473}
wp:heading {"level":5}
ସମର ଜୟ ସିଂହ ଅନେକ ପୌରାଣିକ ସିରିଏଲରେ ଅଭିନୟ କରିଛନ୍ତି। ସମ୍ରାଟ ଅଶୋକ, ମୃତୁଞ୍ଜୟ, ରାମାୟଣ ଓ ମହାରାଜା ରଂଜିତ ସିଂହ ଭଳି ସିରିଏଲରେ ଅଭିନୟ କରିଛନ୍ତି ଏହି ଅଭିନେତା । କିନ୍ତୁ ସେ ଓମ ନମଃ ଶିବାୟରେ ଅଭିନୟ କରିଥିବା ଭୂମିକାକୁ ଆଜି ଯାଏଁ ଲୋକ ଭୁଲିନାହାନ୍ତି। ଆଜି ମଧ୍ୟ ତାଙ୍କୁ ଅନେକ ଲୋକ ଭଗବାନ ଶିବ ଭାବି ପୂଜା କରନ୍ତି।
/wp:heading {"id":90521,"width":598,"height":475}
wp:heading {"level":5}
ଟିଭି ସିରିଏଲ ବ୍ୟତିତ ସମର ଜୟ ସିଂହ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରନ୍ତି। ବଲିଉଡ ଫିଲ୍ମ ଲିଟିଲ ୱାର, ସୁନ୍ଦରୀ, ଗଦ୍ଦର: ଏକ ପ୍ରେମ କଥା, ପିଞ୍ଜର, ଅବ ତୁମ୍‌ହାରେ ହୱାଲେ ୱତନ ସାଥିୟୋଁ, ଅପନେ, ଏକ ଥା ଟାଇଗର, ହିରୋପନ୍ତୀରେ ଅଭିନୟ କରିଛନ୍ତି।
/wp:heading {"id":90522,"width":598,"height":514}
wp:heading {"level":5}
ଏବେ ସମର ଜୟ ସିଂହ ମୁମ୍ୱାଇରେ କ୍ରିଟିଙ୍ଗ କ୍ୟାରେକଟର୍ସ ନାମକ ଏକ ଅଭିନୟ ସ୍କୁଲ ଚଲାଉଛନ୍ତି। ଫିଲ୍ମ ଓ ଅଭିନୟ ଜଗତରେ କ୍ୟାରିଅର ତିଆରି କରିବା ପାଇଁ ମୁମ୍ୱାଇ ଆସୁଥିବା ଯୁବପିଢୀଙ୍କୁ ସମର ଆକ୍‌ଟିଙ୍ଗର ଟ୍ରେନିଙ୍ଗ ଦିଅନ୍ତି। ୨୦୦୫ ମସିହାରୁ ସମର ଏହି ଆକ୍‌ଟିଙ୍ଗ ସ୍କୁଲ ସହ ଜଡିତ । ଏହା ସହ ସେ ନିଜେ ମଧ୍ୟ ଅଭିନୟ ଜଗତରେ କାମ କରନ୍ତି। ତାଙ୍କୁ ଶେଷ ଥର ପାଇଁ ଶ୍ରଦ୍ଧା କପୁରଙ୍କ ଫିଲ୍ମ ହସିନା ପାରକରରେ ଦେଖିବାକୁ ମିଳିଥିଲା।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.