Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ସିମେଣ୍ଟ ଫ୍ୟାକ୍ଟ୍ରିରୁ କରୁଥିଲେ ଚୋରି, ଧରି ପକାଇଲେ ଲୋକେ, ଦେଲେ ଉତ୍ତମ-ମଧ୍ୟମ

6/06/2021 at 4:44 PM

ବାଲିପାଟଣା, ୦୬/୦୬: ଏକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରିରୁ ଚୋରି ଅଭିଯୋଗରେ ଲୋକେ ଚୋରକୁ ଧରି ମାଡ ମାରିବା ସହ ଅଟୋରେ ବାନ୍ଧିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ବାଲିଅନ୍ତା ଥାନା ଗଡକଣ୍ଟଣିଆ ସ୍ଥିତ ଏକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରିରେ ଏପରି ଘଟଣା ଘଟିଛି ।

ଶନିବାର ବିଳମ୍ବିତ ରାତ୍ରିରେ ଗଡକଣ୍ଟଣିଆ ଗ୍ରାମରେ ଥିବା ଏକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରିରୁ କିଛି ଚୋର ଏକ ଅଟୋରେ ଲୁହା କବାଟ, ଝରକା ଆଦି ଚୋରୀ କରିନେଉଥିଲେ । ଏହି ସମୟରେ କିଛି ସ୍ଥାନୀୟ ଲୋକ ଚୋର ମାନଙ୍କୁ ଦେଖିଥିଲେ । ପରେ ଏହି ଚୋର ମାନଙ୍କୁ କାବୁ କରିବାକୁ ଚେଷ୍ଟା କରିବା ବେଳେ ସେମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ମାତ୍ର ଜଣେ ଚୋରକୁ ଲୋକେ କାବୁ କରିବା ସହ ସେହି ଅଟୋରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ । ପରେ ଚୋରକୁ ପୋଲିସ୍ ଜିମା ଦିଆଯାଇଥିବା ବେଳେ ପୋଲିସ୍ ଅଟୋକୁ ଜବତ କରିବା ସହ ଚୋରକୁ ଅଧିକ ପଚରାଉଚରା କରୁଥିବା ଜଣାପଡ଼ିଛି ।

   Related Posts