ଜମି ବିକ୍ରି କରି ପାରୁନାହାନ୍ତି ଲୋକେ
2/08/2018 at 4:19 PM

ଜମି ପଟାରେ ଶ୍ରୀ ଜଗନ୍ନାଥଙ୍କ ମାଲିକାନା ଥିବାରୁ ଜମିକୁ ବିକ୍ରି କରିପାରୁନାହାଁନ୍ତି ଲୋକ। ଖୋର୍ଦ୍ଧ। ତହସିଲ ଅଞ୍ଚଳରେ ଥିବା ସଢେଇଗଡ, ଭୋଗପୁର , ଚମ୍ପାଝର, ଅଣ୍ଡ, କଂଚିଲ, ବଳପୁର ଓରମି, ତାପଙ୍ଗ ଆଦି ମୌଜା ଲୋକଙ୍କର ଜମିପଟାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଲିକନା ରହିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମ ଜମି ପଟାରୁ ପରିବର୍ତ୍ତନ କରାଯାଇ ଲୋକଙ୍କ ନାଁରେ ରଖିବାକୁ ଦାବି ହୋଇଛି । ଏନେଇ ଆଜି ଖୋର୍ଦ୍ଧ। ତହସିଲର ବିଭିନ୍ନ ମୌଜାର ଲୋକେ ଖୋର୍ଦ୍ଧ।ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ପୂର୍ବରୁ ଏନେଇ ଲୋକେ ବହୁବାର ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ହେଲେ କିଛି ସୁଫଳ ମିଳିନି । ଦାବି ପୂରଣ ନହେଲ ଖୋର୍ଦ୍ଧ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ଦିଆଯିବ ବୋଲି ଚତାବନୀ ଦିଆଯାଇଛି ।