ଲକଡାଉନ: ହେଲ୍ପଲାଇନ ନମ୍ବରକୁ କଲ କରି ପାନ, ପିଜା, ମଦ ଅର୍ଡର କରୁଛନ୍ତି ଲୋକେ, ଏହିଭଳି ଦଣ୍ଡିତ କଲା ପୋଲିସ

Published By : Prameya-News7 Bureau | March 31, 2020 IST

ରାମପୁର ୩୧/୦୩ : ଲକଡାଉନ ଯୋଗୁଁ ଲୋକଙ୍କ ବାହାରକୁ ଯିବା ନିଷେଧ ରହିଛି | ଅନାବଶ୍ୟକ ସ୍ଥଳେ ଘରୁ ବାହାରକୁ ବାହାରିବା ପାଇଁ ଦୃଢ ଭାବେ ମନା କରାଯାଇଛି | ଲୋକମାନଙ୍କ ସୁବିଧା ପାଇଁ କଣ୍ଟ୍ରୋଲ ରୁମ ସଞ୍ଚାଳନ କରାଯାଇଛି | ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ଯେଉଁଥିରେ ଲୋକେ ଆବଶ୍ୟକ ପଡିଲେ କଲ କରି ନିଜ ଅସୁବିଧା ଜଣାଇ ପାରିବେ | ଜାରି କରାଯାଇଥିବା ହେଲ୍ପଲାଇନ ନମ୍ବରରେ ଲୋକମାନେ ସାହାଯ୍ୟ ପାଇଁ କଲ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରାମପୁରରେ ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସିଛି | ଏଠାରେ ଲୋକମାନେ ହେଲ୍ପଲାଇନ ନମ୍ବରର ଅପବ୍ୟବହାର କରୁଛନ୍ତି | ହେଲ୍ପଲାଇନ ନମ୍ବରରେ ଫୋନ କରି କିଏ ସିଙ୍ଗଡ଼ା ମାଗୁଛନ୍ତି ତ ଆଉ କିଏ ପାନ ମାଗୁଛନ୍ତି | ଏପରିକି ନିଜ ପୋଷା କୁକୁରକୁ ବୁଲେଇ ନେବା ପାଇଁ ମଧ୍ୟ କହୁଛନ୍ତି | ଏହିପରି ଦୁଷ୍ଟ ଲୋକଙ୍କୁ ଦଣ୍ଡିତ କରିବା ପାଇଁ ଡିଏମ୍ ସେମାନଙ୍କୁ ନାଳ ସଫେଇ କାର୍ଯ୍ୟରେ ନିୟୋଜିତ କରିଥିଲେ।

ରାମପୁରରେ ଜଣେ ବ୍ୟକ୍ତି ହେଲ୍ପଲାଇନ ନମ୍ବରକୁ ଫୋନ୍ କରି ଚାରିଟି ସିଙ୍ଗଡ଼ା ଓ ଚଟନି ପଠାଇବାକୁ କହିଥିଲେ। ପ୍ରଥମେ ତାଙ୍କୁ ମନା କରାଯାଇଥିଲା କିନ୍ତୁ ସେ ରାଜି ହୋଇନଥିଲେ। ବାରମ୍ବାର ଫୋନ କରି ହଇରାଣ ହରକତ କରୁଥିଲେ | ଶେଷରେ ଡିଏମ ସିଙ୍ଗଡ଼ା ଓ ଚଟନି ଉକ୍ତ ବ୍ୟକ୍ତିଙ୍କ ଘରକୁ ପଠାଇଲେ | ବ୍ୟକ୍ତି ଜଣକ ସିଙ୍ଗଡ଼ା ଖାଇବା ପରେ ପୋଲିସ ତାଙ୍କୁ ଧରିଥିଲା। ଏହିଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି |

{"id":246957,"width":752,"height":564,"sizeSlug":"large"}

ଅନ୍ୟ ଜଣେ ବ୍ୟକ୍ତି ଜିଲ୍ଲା ପ୍ରଶାସନର ହେଲ୍ପଲାଇନ ନମ୍ବରକୁ ଫୋନ କରି ପାନ ଆଣିବାକୁ କହିଥିଲେ। ତାଙ୍କୁ ମନା କରିବାରୁ ସେ ହେଲ୍ପ ଲାଇନ ଉପରେ କ୍ରୋଧିତ ହେବାକୁ ଲାଗିଲେ। ସେ ଏକ ଧମକପୂର୍ଣ୍ଣ ସ୍ୱରରେ କହିଲେ, ପାନ ଆଣିକି ଦେବ ନା ନାହିଁ ? ଯଦି ସାହାଯ୍ୟ କରିପାରିବ ନାହିଁ, ତେବେ କେଉଁଥିପାଇଁ ହେଲ୍ପଲାଇନ ? ଶେଷରେ ପ୍ରଶାସନ ସେହି ବ୍ୟକ୍ତିଙ୍କୁ ପାନ ପଠାଇବାକୁ ପଡିଲା |

ଲଖନଉର ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଲୋକେ ଫୋନ କରି ପାନ, ପିଜା ଏବଂ ଏପରିକି ମଦ ମଧ୍ୟ ମଗାଉଛନ୍ତି । ଅଧିକାରୀଙ୍କୁ ଫୋନ କରି ଜଣେ ବ୍ୟକ୍ତି କହିଥିଲେ ଯେ ତାଙ୍କୁ ମଦ ମିଳୁନାହଁ ସେଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଛି | ତାଙ୍କୁ ତୁରନ୍ତ ମଦ ଦରକାର | ତାଙ୍କ କଥା ଶୁଣି ପୋଲିସ ତାଙ୍କୁ ଡାକ୍ତରଙ୍କୁ ଡାକିବାକୁ କିମ୍ବା ଡାକ୍ତରଙ୍କ ପାଖକୁ ଯିବାକୁ ପରାମର୍ଶ ଦେଇଥିଲେ |

{"id":246958,"width":754,"height":566,"sizeSlug":"large"}

ରାଜ୍ୟର ସବୁଠାରୁ ଦୁର୍ଦ୍ଦାନ୍ତ ଫୋନ୍ ରାମପୁର ଜିଲ୍ଲାରେ ଆସୁଛି। ଡିଏମ ଅଞ୍ଜାନୀ କୁମାର ସିଂ କହିଛନ୍ତି ଯେ ଯେଉଁମାନେ ମନା କରିବା ସତ୍ୱେ ଶୁଣୁନାହାନ୍ତି ତାଙ୍କୁ ଲଜ୍ଜିତ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଏହିପରି ହରଣ ହରକତ କରୁଥିବା ଲୋକଙ୍କ ଦ୍ୱାରା ସେ ରାସ୍ତା ଓ ଡ୍ରେନ୍ ସଫା କରାଉଛନ୍ତି | ସେ କହିଛନ୍ତି ଯେ ସେ ଏହି କାମ ଆରମ୍ଭ କରିବା ପରଠାରୁ ଏହିସବୁ ଫାଲତୁ ଫୋନ ଆସିବା ହ୍ରାସ ପାଇଛି। ଡିଏମ୍ କହିଛନ୍ତି ଯେ ସ୍ୱଚ୍ଛତାର ଦଣ୍ଡ ଦେବା ପରେ ମଧ୍ୟ ଯଦି ଲୋକମାନେ ନ ସୁଧୁରିବେ ତାହେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.