ଏମିତି ଏକ ମନ୍ଦିର ଯାହାକୁ ଲୋକେ କୁହନ୍ତି ନର୍କଦ୍ବାର, ଭିତରକୁ ଥରେ ଗଲେ ଆଉ କେହି ଫେରନ୍ତିନି

Published By : Prameya-News7 Bureau | December 14, 2018 IST

ଭୁବନେଶ୍ବର ୧୪/୧୨ : ବିଶ୍ୱାସ ରହିଛି ଭଗବାନଙ୍କ ଲୀଳାରୁ ଜଗତର ସୃଷ୍ଟି। ମନ୍ଦିର ବିନା ଏ ଦୁନିଆ ଅଧୁରା।ଭାରତ  ମନ୍ଦିର ପାଇଁ ପ୍ରସିଦ୍ଧ। ଦୁନିଆରେ ଅନ୍ୟ ଦେଶଠୁଭାରତରେ ମନ୍ଦିରର ସଂଖ୍ୟା ଅଧିକ। ଭାରତରେ ଏମିତି ମଧ୍ୟ ଅନେକ ମନ୍ଦିର ଅଛି ଯାହା ଆକର୍ଷଣୀୟ ଏବଂଅଲୋକିକ । ଏମିତି ଅନେକ ମନ୍ଦିର ଅଛି ଯାହା ନିଜର ରହସ୍ୟ ପାଇଁ ପ୍ରସିଦ୍ଧ। ଭାରତରେ ସବୁ ମନ୍ଦିରନିଜ ନିଜ ସ୍ବାତନ୍ତ୍ର୍ୟ ପାଇଁ ପ୍ରସିଦ୍ଧ । କିନ୍ତୁ ଦକ୍ଷିଣ ତୁର୍କୀରେ ଏମିତି ଏକ ମନ୍ଦିର ଅଛିଯେଉଁଠିକୁ ମଣିଷ ଥରେ ଗଲେ ଆଉ ଫେରି ନଥାଏ। ସେଇ ମନ୍ଦିର ର ଦ୍ୱାରକୁ ନର୍କ ଦ୍ୱାର ବୋଲିକୁହାଯାଏ।

{"id":63550}

ମନ୍ଦିର ପାଖକୁବି ଯିଏ ଥରେ ଯାଏ ସିଏ ଆଉ ଫେରିପାରିନଥାଏ। ଦକ୍ଷିଣ ତୁର୍କୀର ହିରାପୋଲିସସହର ସ୍ଥିତ ଏଇ ମନ୍ଦିର ବିଷୟରେ ଖୁବ କମ ଲୋକ ଜାଣନ୍ତି। ଶୁଣିବାକୁ ମିଳେ ଯେ କେବଳ ମଣିଷନୁହଁ, ପଶୁ ପକ୍ଷୀ ମାନେ ମନ୍ଦିର ନିକଟକୁ ଗଲେ ମଧ୍ୟ ମରିଯାନ୍ତି। କୁହାଯାଏ କି ମନ୍ଦିରରେ ଥିବା ୟୁନାନି ଦେବତାଙ୍କ ବିଷାକ୍ତ ନିଶ୍ୱାସ ସମସ୍ତଙ୍କ ମୃତ୍ୟୁର କାରଣ। ବୈଜ୍ଞାନିକ ଦୃଷ୍ଟିକୋଣରୁଗବେଷଣା ପରେ ମୃତ୍ୟୁ ପଛରେ ଥିବା କାରଣ ଜଣା ପଡିଥିଲା।

{"id":63552}

ଜର୍ମାନୀର ଏକ ବିଶ୍ବବିଦ୍ୟାଳୟ ଦ୍ବାରା ହୋଇଥିବା ଗବେଷଣାରୁ ଜଣାପଡିଥିଲା ଯେ ମନ୍ଦିରତଳେ ଏକ ଗୁମ୍ଫା ରହିଛି । ଏହି ଗୁମ୍ପାରୁ ପ୍ରଚୁର ପରିମାଣର କାର୍ବନ ଡାଇଓକ୍ସାଇଡ଼ ନିର୍ଗତ ହେଉଛି । ତେଣୁ ଏହା ମଧ୍ୟକୁ ଯାଉଥିବା ପ୍ରାଣୀର ମୃତ୍ୟୁ ହୋଇଯାଉଛି । ଭଗବାନ ପ୍ଲୁଟୋଙ୍କ ପୂଜାପାଇଁ ଏହି ମନ୍ଦିର ନିର୍ମାଣ ହୋଇଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.