ଦୁର୍ଘଟଣାରେ ଯୁବକ ଗୁରୁତର , ବସ୍ ଜାଳିଦେଲେ ଉତ୍ୟକ୍ତ ଲୋକ
3/11/2019 at 8:44 PM

ଯାଜପୁର/ ନିଶ୍ଚିନ୍ତକୋଇଲି ୦୩ ।୧୧ – କଟକ-କେନ୍ଦ୍ରାପଡା ରାସ୍ତାର ନିଶ୍ଚିନ୍ତକୋଇଲି ବଜାର ଠାରେ ଘରୋଇ ବସ୍ ଏବଂ ହାଇଓ୍ୱା ମୁହାଁମୁହିଁ ଧକ୍କା। ରାସ୍ତାରେରେ ଛିଡ଼ା ହୋଇଥିବା ବାଇକ୍ ଆରୋହୀ ଗୁରୁତର। ଗୁରୁତର ବାଇକ୍ ଆରୋହୀ ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବସ୍ ଓ ହାଇଓ୍ୱା ଡ୍ରାଇଭର ନିଶ୍ଚିନ୍ତକୋଇଲି ଥାନା ରେ ଅଟକ ଅଛନ୍ତି। ବସ୍ ଯାତ୍ରୀ ମଧ୍ୟରୁ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ବାଇକ୍ ଆରୋହୀ ମାହାଙ୍ଗା ଅଂଚଳ ର ଏସ କେ ମଲିକ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।
ଉତ୍ୟକ୍ତ ଲୋକେ ଘରୋଇ ବସ୍ ପପୁ କୁ ନିଆଁ ଲଗାଇ ଦେଇଥିଲେ । ରାସ୍ତା ଉପରେ ବସ୍ଟି ଜଳିଯାଇଥିଲା । ନିଶ୍ଚିନ୍ତକୋଇଲି ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବସ୍ ଟି ସଂପୂର୍ଣ୍ଣ ଜଳି ଯାଇଛି। ବସ୍ର ଅନ୍ୟଯାତ୍ରୀମାନେ ସୁରକ୍ଷିତ ଥିବା ଜଣା ପଡିଛି ।