ଏହି ସ୍କୁଲରେ ହେଉଛି ଖୋଲାଖୋଲି କପି : ଲୋକେ ପାଚେରୀ କାନ୍ଥ ଉପରେ ଠିଆ ହୋଇ ଫିଙ୍ଗୁଛନ୍ତି ଚିଟ୍

Published By : Prameya-News7 Bureau | March 04, 2020 IST

ଯବତମାଲ ୪/୩: ସୋମବାରଠୁ ମହାରାଷ୍ଟ୍ରରେ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। କପି ପାଇଁ ବଦନାମ ଯବତମାଳରୁ ପରୀକ୍ଷା ସମୟରେ କପି ଚିଟ୍ ଝରକା ରାସ୍ତାରେ ପକାଇବାର ଏକ ଭିଡିଓ ସାମନାକୁ ଆସିଛି। ଏଥିରେ ଲୋକେ ସ୍କୁଲର ପାଚେରୀ କାନ୍ଥ ଉପରେ ଛିଡ଼ା ହୋଇ କପି ଚିଟ୍ ପକାଉଛନ୍ତି। ସେମାନେ କପି କରିବା ପାଇଁ ପରୀକ୍ଷାର୍ଥୀଙ୍କୁ ବାହାରୁ କପି ଚିଟ୍ ପକାଉଛନ୍ତି।

ମଙ୍ଗଳବାର ମହଗାଁଓର ଜିଲ୍ଲା ପରିଷଦ ସ୍କୁଲରେ ଘଟିଥିବା ଏହି ଘଟଣା ପରେ ଶିକ୍ଷା ଅଧିକାରୀ ଏହି ମାମଲାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି। ଏବେ ଯାଏଁ ପରୀକ୍ଷା କେନ୍ଦ୍ର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ମଙ୍ଗଳବାର ଏଠାରେ ଦଶମ ବୋର୍ଡ଼ ପରୀକ୍ଷା ହୋଇଥିଲା। ସ୍କୁଲର ପାଚେରୀ କାନ୍ଥ ଏବେ ବହୁତ ତଳେ ରହିଛି। ଏହାର ନିର୍ମାଣ କାମ ଜାରି ରହିଛି। କାନ୍ଥ ତଳୁଆ ହୋଇଥିବାରୁ ଏପରି ଘଟଣା ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.