Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଲୋକେ ସଚେତନ ହେଲେ ସଂକ୍ରମଣ ଅଧିକ କମିବ : ସ୍ବାସ୍ଥ୍ୟ ବିଶେଷଜ୍ଞ

25/06/2021 at 2:55 PM

ଭୁବନେଶ୍ବର ୨୫।୬: ସଂକ୍ରମଣ ହାର କମିବାର ଥିଲା, ଆଗକୁ ଆହୁରି କମିବ । ସଂକ୍ରମଣ କମିବା ହାର ସାଧାରଣ ଲୋକଙ୍କ ଉପରେ ନିର୍ଭର କରୁଛି । ଲୋକେ ସଚେତନ ହେଲେ ସଂକ୍ରମଣ ଅଧିକ କମିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ।

ଡେଲଟା ପ୍ଲସ୍ ଯୋଗୁଁ ତୃତୀୟ ଲହରି ଆସିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏଯାଏଁ WHO ବର୍ତ୍ତମାନ ଡେଲଟାର ଅନ୍ୟ ଭାରିଆଣ୍ଟକୁ ଭିନ୍ନ ଷ୍ଟ୍ରେନ୍ ଭାବେ ଗ୍ରହଣ କରିନାହିଁ ।  ଏବେ ବି ଏହାର ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି ।  ଆଗକୁ ଏହା କି ପ୍ରଭାବ ପକାଇବ ତାହା ପରେ ଜଣାପଡିବ। ବର୍ତ୍ତମାନ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।  ଦ୍ବିତୀୟ ଲହରୀରେ ହୋଇଥିବା ଭୁଲ ଯେଭଳି ପୁଣି ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଜରୁରୀ ।

ଭୁବନେଶ୍ବର ଆଇସିଏମଆର ରିସର୍ଚ୍ଚ ଅନୁଯାୟୀ, ୩୫୪ ଲୋକଙ୍କ ମଧ୍ୟରୁ ୨୭୪ ଜଣଙ୍କଠାରେ ଡବଲ ଡୋଜର ସୁଫଳ ମିଳିଛି ।  ଡବଲ ଡୋଜ ଟିକା ନେବା ପରେ ଗୁରୁତର ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ୍ ହୋଇଯାଇଛି। ସିଙ୍ଗଲ ଡୋଜ ଟିକା ନେବା ପରେ ମୃତ୍ୟୁ ହାର ଅନେକାଂଶରେ କମ୍ ହେଉଛି । ଆଗକୁ ସିଙ୍ଗଲ ଡୋଜ ଟିକା ଆସିବା ସମ୍ଭାବନା ରହିଛି ।

   Related Posts