ଯେତେ ଜଗିଲେ ବି ଲୁଚି ପଶୁଛନ୍ତି, କଣ୍ଟେନର ଭିତରେ ଯାଉଛନ୍ତି ଲୋକ : ଭଦ୍ରକରେ ଫସିଗଲା

Published By : Prameya-News7 Bureau | April 23, 2020 IST

ଭଦ୍ରକ ୨୩।୦୪: ଗଳାବାଟି ଦେଇ ଓଡିଶାରେ ପ୍ରବେଶ କରୁଛନ୍ତି ଲୋକ । ଯେତେ ଜଗିଲେ ବି ଯକୌଣସି ଉପାୟରେ ଗଳାବାଟ ଦେଇ ଓଡିଶା ଭିତରେ ପ୍ରବେଶ କରୁଛନ୍ତି ଲୋକ । ରାଜ୍ୟ ବାହାରକୁ ଯାଇଥିବା ଲୋକମାନଙ୍କୁ ରାଜ୍ୟକୁ ପ୍ରବେଶ କରିବାକୁ ହେଲେ ସ୍ଥାନୀୟ ପ୍ରଶାସନର ନିୟମ ମାନିବାକୁ ପଡିବ । କିନ୍ତୁ ବାହାର ରାଜ୍ୟରୁ ଆସୁଥିବା ଲୋକମାନେ ଯେକୌଣସି ପନ୍ଥା ଅପଣାଇ ଓଡିଶାରେ ପ୍ରବେଶ କରୁଛନ୍ତି । ଏପରିକି ଲୁଚିଛପି ଟ୍ରକ, କଣ୍ଟେନର ଦେଇ ମଧ୍ୟ ଆସୁବାକୁ ପଛାଉନାହାନ୍ତି । ଏହି କ୍ଷେତ୍ରରେ ଆଜି ଭ୍ରଦକ ଜିଲ୍ଲା ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଏକ କଣ୍ଟନରକୁ ଅଟକ ରଖିଥିଲେ ସ୍ଥାନୀୟଲୋକ । ଏବଂ କଣ୍ଟେନର ଖୋଲିବା ମାତ୍ରେ ଏଥିରେ କିଛି ଲୋକ ଲୁଚିକି ଆସୁଥିବା ଜଣାପଡିଥିଲା ।

{"id":258608,"sizeSlug":"large"}

ସୂଚନାଯୋଗ୍ୟ ଯେ,   ଏବେ ବି କଣ୍ଟେନର ଭିତରେ ଲୋକ ଆସୁଛନ୍ତି । ଏମିତି ଏକ କଣ୍ଟେନର ଧରା ପଡିଛି । 16 ନମ୍ବର ଜାତୀୟ ରାଜପଥ ର ଭଦ୍ରକ ଜିଲ୍ଲା ରାଣୀତାଲ ନିକଟ ରେ ସ୍ଥାନୀୟ ଲୋକେ ଏକ କଣ୍ଟେନରକୁ ଅଟକାଇଥିଲେ । ଏବଂ କଣ୍ଟେନର ଭିତରେ ଥିଲେ ଏକାଧିକ ଲୋକ । ଲୋକଙ୍କ ଗହଳି ଦେଖି ପଳାଇଗଲା ଲୋକ ଭର୍ତ୍ତି କଣ୍ଟେନର ପାଖକୁ । ବାଲେଶ୍ୱର ପଟୁ ଆସୁଥିବା କଣ୍ଟେନର ପଳାଇଲା ଭୁବନେଶ୍ୱର ରାସ୍ତା ରେ । HR55 AD 8574 ମାନେ ହରିୟାଣା ନମ୍ବର କଣ୍ଟେନର ଭିତରେ ଅଛନ୍ତି ଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.