ନିୟମ ନମାନି ଲୋକେ ବାହାରେ ବୁଲିଲେଣି, ପର୍ଯ୍ୟଟନରେ ବି ଗଲେଣି, ପୁଣି ଥରେ ଲାଗୁ କରିବୁ କଟକଣା !

Published By : Prameya-News7 Bureau | July 06, 2021 IST

ନୂଆଦିଲ୍ଲୀ ୦୬।୦୭: କରୋନା ସଂକ୍ରମଣର ଦ୍ଵିତୀୟ ଲହର ଦୁର୍ବଳ ହେବା ଏବଂ କଟକଣା କମ୍ ହେବା ମାତ୍ରେ ଲୋକେ ଆଉ କିଛି ନିୟମ କାନୁନ ମାନୁ ନାହାନ୍ତି। ଲୋକେ ପର୍ଯ୍ୟଟନସ୍ଥଳୀ ଭ୍ରମଣରେ ବାହାରି ପଡିଲେଣି। ମନାଲି, ଶିମଲା ପରି ହିଲ୍ ଷ୍ଟେସନରୁ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି। ଏଥିରେ ଲୋକେ ମାସ୍କ ପିନ୍ଧି ନାହାନ୍ତି ଏବଂ ସାମାଜିକ ଦୂରତ୍ଵ ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏସବୁ ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ତତ୍କାଳ ପ୍ରତିକ୍ରିୟାଶୀଳ ହୋଇ  ଉଠିଛନ୍ତି। କେନ୍ଦ୍ର  କହିଛି ଯଦି ଲୋକେ ନିୟମର ପାଳନ କରିବେ ନାହିଁ ତେବେ କଟକଣାରେ ଯେଉଁ କୋହଳ ଦିଆଯାଇଛି ତାହା ପ୍ରତ୍ୟାହାର କରି ନିଆଯିବ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ କହିଛନ୍ତି, ଏ ପର୍ଯ୍ୟନ୍ତ କରୋନାର ଦ୍ଵିତୀୟ ଲହରର ମୁକାବିଲାରେ ଯେଉଁ କିଛି ସଫଳତା ମିଳିଛି ତାହା ଅମନିଆଙ୍କ ପାଇଁ ପାଣିରେ ମିଶି ଯାଇପାରେ।

wp:html /wp:html

ଲଭ ଅଗ୍ରଓ୍ଵାଲ କହିଛନ୍ତି, ଲୋକେ ହିଲ୍ ଷ୍ଟେସନର ମଜା ନେବା ଆରମ୍ଭ କଲେଣି। ଏମିତି  ଲୋକ ହିଁ କରୋନା ନିୟମ ମାନୁ ନାହାନ୍ତି। ଯଦି ଏମିତି ଜାରି ରହେ ତେବେ ପୁଣି ଥରେ କଟକଣା କଡାକଡି ଲାଗୁ କରାଯିବ। ଦ୍ଵିତୀୟ ଲହର ନଯାଉଣୁ ଏବଂ କଟକଣା ଟିକେ କୋହଳ ନହେଉଣୁ ଲୋକଙ୍କ ଏମିତି ଆଭିମୁଖ୍ୟ ସରକାରଙ୍କ କରୋନା ମୁକାବିଲାକୁ ବିଗାଡି ଦେଉଛି। ଅଗ୍ରଓ୍ଵାଲ କହିଛନ୍ତି, ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୫ ଲକ୍ଷରୁ କମ ରହିଛି। ତଥାପି ଏବେ ବି ମହାରାଷ୍ଟ୍ର, ତାମିଲନାଡୁ, ଓଡିଶା, ଆନ୍ଧ ପ୍ରଦେଶ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମେଘାଳୟ ଓ ସିକିମ ଚିନ୍ତାର କାରଣ ପାଲଟିଛି। ଏହି ରାଜ୍ୟରେ ଏବେ ମଧ୍ୟ ୧୦ ପ୍ରତିଶତରୁ ଅଧିକ ପଜିଟିଭହାର ସହ ନୂତନ କେସ୍ ଚିହ୍ନଟ ହେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.