ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ମେଟ୍ରୋ ସହରକୁ ପଳାୟନ କରୁଛନ୍ତି ଲୋକେ

Published By : Prameya-News7 Bureau | June 20, 2021 IST

ନୂଆଦିଲ୍ଲୀ ୨୦/୦୬ : କରୋନା ଭାଇରସ୍ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନା ସମୟରେ ସୁସ୍ଥ ସ୍ୱାସ୍ଥ୍ୟ ଲୋକଙ୍କ ପ୍ରାଥମିକତା ପାଲଟିଛି। ଏମିତି ସ୍ଥିତିରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଲୋକମାନେ ମେଟ୍ରୋ ସହର ଆଡକୁ ପଲାୟନ କରୁଛନ୍ତି। ୬୪ ବର୍ଷ ବୟସ୍କ ଅନୱାର୍ ହକ୍ ଏବଂ ତାଙ୍କ ପରିବାର ବିହାରର ବେଗୁସରାଇର ବାସିନ୍ଦା। କିନ୍ତୁ ସେ ଗତ ୭ ବର୍ଷ ଧରି ଦିଲ୍ଲୀରେ ରହୁଛନ୍ତି। ହକଙ୍କର କିଡନୀ ଏବଂ ହୃଦ ସମ୍ବନ୍ଧୀୟ ଅନେକ ସମସ୍ୟା ରହିଛି। ଉନ୍ନତ ଚିକିତ୍ସା ସୁବିଧା ହେତୁ ସେ ଦିଲ୍ଲୀରେ ରହିବାକୁ ପସନ୍ଦ କରନ୍ତି।
ହକ୍ କହିଛନ୍ତି, ୨୦୧୪ ରେ ତାଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲା। ତାଙ୍କର କିଡନୀ ସମସ୍ୟା ଅଛି ଏବଂ ସେ ମଧୁମେହରେ ମଧ୍ୟ ପୀଡିତ। ତାଙ୍କୁ ସମୟ ସମୟରେ ଡାୟଲିସିସ୍ କରିବାକୁ ପଡିଥାଏ। ସେଥିପାଇଁ ସେ ଦିଲ୍ଲୀ ଚାଲି ଯାଇଥିଲେ କାରଣ ସେଠାରେ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟ ସୁବିଧା ଗୁରୁତ୍ୱପୂର୍ଣ୍ଣ ଔଷଧ ସହଜରେ ଉପଲବ୍ଧ। ତାଙ୍କ ଗାଁରେ ଭଲ ଡାକ୍ତର ନାହାଁନ୍ତି, ପାରାମେଡିକାଲ୍ କର୍ମଚାରୀଙ୍କ ଅଭାବ ଏବଂ କିଛି ଘରୋଇ ଡାକ୍ତରଖାନା ନାହିଁ ବୋଲି ସେ କହିଛନ୍ତି।

ହକ ନିଜ ଅସୁସ୍ଥତା କାରଣରୁ ଦିଲ୍ଲୀ ଆସିଥିଲେ। କିନ୍ତୁ ବର୍ତ୍ତମାନ କରୋନା ସେମାନଙ୍କ ଚିନ୍ତା ଆହୁରି ବଢ଼ାଇ ଦେଇଛି। ଚଳିତ ବର୍ଷ ସେ କୋଭିଡରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ଦିଲ୍ଲୀର ଏକ ଭଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇଥିଲା। ଦିଲ୍ଲୀ ହସ୍ପିଟାଲରେ ଷ୍ଟାଫ ଅଭାବ ସହ ଅକ୍ସିଜେନ ଅଭାବ ମଧ୍ୟ ଥିଲା।

ବିହାରର ସର୍ବନିମ୍ନ ବିକଶିତ ଅଞ୍ଚଳ ମଧ୍ୟରୁ ସିମାଞ୍ଚଳର ଜଣେ ଡାକ୍ତର ପଳାୟନ ପଚାର ନିଜର ଯନ୍ତ୍ରଣା ବିଷୟରେ ବର୍ଣ୍ଣନା କରିଛନ୍ତି। ଡାକ୍ତର ମହମ୍ମଦ ଅସରରୁଲ ହକ କହିଛନ୍ତି, ସିମାଞ୍ଚଳରେ ରୋଗୀ ନିଜ ଚିକିତ୍ସା ପାଇଁ ପୁର୍ଣିଆ ଯାଆନ୍ତି। ପୁର୍ଣିଆରେ ରୋଗୀଙ୍କୁ ଦିଲ୍ଲୀ ଏମ୍ସ ଭଳି ହସ୍ପିଟାଲକୁ ପଠାଇବା ଅତ୍ୟନ୍ତ ସାଧାରଣ କଥା। ଅନେକ ରୋଗ ପାଇଁ ଡାକ୍ତରମାନେ ଅନ୍ୟ କୌଣସି ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଲେଖାନ୍ତିନି ବରଂ ସିଧା ଦିଲ୍ଲୀ ପଠାଇ ଦିଅନ୍ତି।

ଏହିସବୁ ପଛୁଆ ଅଞ୍ଚଳରୁ ମେଟ୍ରୋ ଆଡକୁ ପଳାୟନ କରିବା ନୂଆ କଥା ନୁହେଁ। ୨୦୧୧ ଜନଗଣନା ଅନୁଯାୟୀ, ଉତ୍ତରପ୍ରଦେଶ ଏବଂ ବିହାରରୁ ଅଧିକାଂଶ ଲୋକ ପଳାୟନ କରିଛନ୍ତି । ଏଠାରୁ ୨୦.୯ ମିଲିୟନ ଲୋକ ଅନ୍ୟ ସହରକୁ ଚାଲି ଯାଇଛନ୍ତି। ଏହାର ସବୁଠାରୁ ବଡ କାରଣ ହେଉଛି ରୋଜଗାର, ବ୍ୟବସାୟ ଏବଂ ଶିକ୍ଷା। ଅନ୍ୟପକ୍ଷରେ, ଅଧ୍ୟୟନରୁ ଜଣାପଡିଛି ଯେ ଉତ୍ତର ଭାରତୀୟ ରାଜ୍ୟ, ଉତ୍ତର ପ୍ରଦେଶ ଓ ବିହାରରୁ ଅନେକ ରୋଗୀ ଚିକିତ୍ସା ପାଇଁ ବାହାରକୁ ଯାଇଥାନ୍ତି। ଭାରତର ପ୍ରାଥମିକ ହସ୍ପିଟାଲ ଦିଲ୍ଲୀ ଏମ୍ସର ତଥ୍ୟରୁ ଜଣାପଡିଛି ଯେ ୧୩ ହଜାର ରୋଗୀଙ୍କ ମଧ୍ୟରୁ ଉତ୍ତରପ୍ରଦେଶରୁ ୪୧୬୫ ଓ ବିହାରରୁ ୧୭୫୩ ଆସିଥିଲେ।

ତେବେ କିଛି କେତେକ ବିଶେଷଜ୍ଞ କହିଛନ୍ତି ଯେ ଚିକିତ୍ସା ସୁବିଧା ପଳାୟନ ପାଇଁ ପ୍ରଭାବିତ କରିନଥାଏ। ଆଇଆଇଏମ୍-ଅହମ୍ମଦାବାଦ ଅଧ୍ୟାପକ ଚିନ୍ମୟ ତୁମ୍ବେ କହିଛନ୍ତି ଯେ ଯଦିଓ ଚିକିତ୍ସା ସୁବିଧା ସ୍ଥାନାନ୍ତରଣ ସହିତ ଜଡିତ, କିନ୍ତୁ ଏହାର ମୁଖ୍ୟ କାରଣ ରୋଜଗାର ଓ ଅଧିକ ବେତନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.