Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କରୋନା ଟିକା ନେବାକୁ ବଢିଲା ଉତ୍ସୁକତା, ଏକ ଘଣ୍ଟାରେ ୩୫ ଲକ୍ଷ ଲୋକ କଲେ ରେଜିଷ୍ଟ୍ରେସନ

28/04/2021 at 9:11 PM

ନୂଆଦିଲ୍ଲୀ ୨୮।୦୪: ମେ ୧ରୁ ସମଗ୍ର ଦେଶରେ ଆରମ୍ଭ ହେଉଥିବା ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯିବ। ଏଥିପାଇଁ ବୁଧବାର ଅପରାହ୍ନ ୪ଟାରୁ ନାମ ପଞ୍ଜୀକରଣ ଆରମ୍ଭ ହୋଇ ଯାଇଛି। ଏହି ପର୍ଯ୍ୟାୟରେ ଟିକା ନେବାକୁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସୁକତା ଦେଖିବାକୁ ମିଳିଛି। ଘାତକ କରୋନାର ଦ୍ଵିତୀୟ ଲହର ମଧ୍ୟରେ ବୁଧବାର ଏକ ଘଣ୍ଟା ଭିତରେ ୩୫ ଲକ୍ଷ  ଲୋକ ଟିକାକରଣ ପାଇଁ ପଞ୍ଜିକରଣ କରିଛନ୍ତି।

ଆରମ୍ଭରୁ କିଛି ସମୟରେ କୋଓ୍ଵିନ ଓ୍ଵେବ୍‌ସାଇଟ୍‌ରେ କିଛି ସମସ୍ୟା ଦେଖାଯାଇଥିଲା। ମାତ୍ର ପରେ ପୁଣି ଥରେ ସ୍ଵାଭାବିକ ଭାବେ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିଲା। ହେଲେ ରେଜିଷ୍ଟ୍ରେସନ କରାଇଥିବା ଅନେକ ଲୋକଙ୍କୁ ଭ୍ୟାକ୍ସିନ ପାଇଁ ହସ୍ପିଟାଲର ତାଲିକା ଆସିନଥିଲା। ଜାତୀୟ ସ୍ଵାସ୍ଥ୍ୟ ପ୍ରାଧୀକରଣର ସିଇଓ ଆରଏସ ଶର୍ମା ଏହା ପଛର କାରଣ କହିଛନ୍ତି।

ଶର୍ମା କହିଛନ୍ତି, କେବେ କେଉଁ ହସ୍ପିଟାଲରେ ଲୋକଙ୍କୁ ଭ୍ୟାକ୍ସିନ ଦେବା ପାଇଁ ସ୍ଲଟ୍ ମିଳିବ, ଏହା ରାଜ୍ୟ ସରକାର ଏବଂ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରେ। ଯେବେ ରାଜ୍ୟ ସରକାର ପ୍ରାଇଭେଟ୍ ହସ୍ପିଟାଲ ଏବଂ ଭ୍ୟାକ୍ସିନର ମୂଲ୍ୟ ଆଦି ଜଣାଇ ଦେବେ, ଏହା ପରେ ଲୋକଙ୍କୁ ଟିକାକରଣ ପାଇଁ ସ୍ଲଟ୍ ମିଳିବା ଆରମ୍ଭ ହୋଇଯିବ। ଅନେକ ରାଜ୍ୟରେ ମେ ୧ରୁ ଟିକାକରଣ ଆରମ୍ଭ ହେଉଥିବା ବେଳେ କିଛି ରାଜ୍ୟରେ  ବିଳମ୍ବରେ ଆରମ୍ଭ  ହେବ।

   Related Posts