ଶ୍ରୀମନ୍ଦିର ଚାରିପଟୁ ଜବରଦଖଲ ଉଚ୍ଛେଦ ଭଳି କେବ ହେବ ସ୍ବର୍ଗଦ୍ବାର ଜବର ଦଖଲ ମୁକ୍ତ ! ମାଡିବସିଛନ୍ତି ମାଫିଆ…

Published By : Prameya-News7 Bureau | September 15, 2019 IST

ପୁରୀ୧୫|୯: ଗୋଟିଏ ପଟେ ଶ୍ରୀମନ୍ଦିର ସଂଲଗ୍ନ ଜମି ଉଚ୍ଛେଦ ଚାଲିଥିବା ବେଳେ ଜବରଦଖଲକାରୀଙ୍କ  ପ୍ରଭାବରୁ ସ୍ବର୍ଗଦ୍ବାର ଉଚ୍ଛେଦ ପାଇଁ ଦାବି ଜୋରଦାର ହେଲାଣି । କୋଟିକୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଥିବାରୁ  ପ୍ରତିଦିନ ଶହଶହ ସଂଖ୍ୟାରେ  ମୃତଦେହ ଶବଦାହ ପାଇଁ ସ୍ବର୍ଗଦ୍ବାର ଆସୁଛି । ତେବେ ସ୍ଥାନ ଅଭାବ ନାହିଁ ନଥିବା ଅସୁବିଧା ଛିଡ଼ା କରୁଛି । ତେଣୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜ୍ୟପାଳଙ୍କୁ ଦିଆଯାଇଛି ଦାବିପତ୍ର ।

{"id":158073}

ସ୍ବର୍ଗଦ୍ବାରରୁ କେବେ ଜବରଦଖଲ ହଟିବ ।  ଶ୍ରୀମନ୍ଦିର ଚାରିପଟ ୭୫ ମିଟର ଉଚ୍ଛେଦ ହେଲା।  ହେଲେ ଶ୍ରୀମନ୍ଦିର ସଂସ୍କୃତିର ଅନ୍ୟ ଏକ ମହତ୍ ସ୍ଥାନ ତଥା କୋଟିକୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ସ୍ବର୍ଗଦ୍ବାର ଏବେବି ଜବରଦଖଲକାରୀଙ୍କ କବଳରେ।  ବର୍ଷ ବର୍ଷ ଧରି ପୁରୀ ବାସୀ, ଏବଂ ଲକ୍ଷ ଲକ୍ଷ ଲୋକ ଏନେଇ ଦାବି କରୁଛନ୍ତି। ସ୍ବର୍ଗଦାରକୁ ଜବରଦଖଲକାରୀଙ୍କ ନିକଟରୁ ଉଦ୍ଧାର କରାଯାଉଛି। ଜବରଦଖଲକାରୀମାନେ ଅଧାରୁ ଅଧିକ ସ୍ଥାନକୁ କବ୍‌ଜା କରିରଖିଛନ୍ତି। ଶବସଂସ୍କାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକ । ଶେଷ ସତ୍କାର ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି । ସେଥିପାଇଁ ସ୍ବର୍ଗଦ୍ବାରର ବିକାଶ ସାଙ୍ଗକୁ ଜବରଦଖଲମୁକ୍ତ କରିବାକୁ ଦାବି ଉଠିଛି ।

{"id":158075}

ଦୁଇ ବର୍ଷ ପୂର୍ବେ ସ୍ବର୍ଗଦ୍ବାରରେ ଜବରଦଖଲ ହଟାଇବାକୁ ଅହରହ ଖବର ପ୍ରସାରଣ କରିଥିଲା ନ୍ୟୁଜ୍ ସେଭେନ୍ । ନାଲିଫିତା ଫିଟିଥିଲା । ଶହଶହ ବର୍ଷ ଜମିର ରେକର୍ଡ ଯାଞ୍ଚ ହୋଇଥିଲା । ସ୍ବର୍ଗଦ୍ବାର ବିକାଶ ପାଇଁ ୧୯୮୮ ମସିହାରେ ପୁରୀ ପୌରସଂସ୍ଥାକୁ ସ୍ବର୍ଗଦ୍ବାର ନାଁରେ ୧ ଏକର ଜମି ଦିଆଯାଇଥିଲା। କାଳକ୍ରମେ ଏହି ୧ ଏକର ଜମିରୁ ୫୩୫ ଡ଼ିସିମିଲି ଜାଗାକୁ ପ୍ରଭାବଶାଳୀ ବ୍ୟକ୍ତିମାନେ ଦଖଲକାରୀ ନେଇଯାଇଛନ୍ତି ।

{"id":158077}

କେଉଁଠି ଏବେ ହୋଟେଲ ତ କେଉଁଠି ଗେଷ୍ଟ ହାଉସ, ପୁଣି କେଉଁଠି ଠିଆ ହୋଇଛି ମଦ ଦୋକାନ । ବାକିଥିବା ୪୬୫ ଡ଼ିସିମିଲି ସ୍ଥାନରେ କରାଯାଉଛି ଶବ ଦାହ । ଜବରଦଖଲକାରୀଙ୍କୁ ହଟାଇବା ଉଦ୍ଦେଶ୍ୟ ସହ ଏହାର ବିକାଶ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଛନ୍ତି ବିଭିନ୍ନ ସଙ୍ଗଠନ ।  

      

wp:html /wp:html

                   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.