Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବାତ୍ୟା ପାଇଁ ଲୋକେ ଭୟଭୀତ: ଡ଼ାକବାଜି ଯନ୍ତ୍ରରେ ଚାଲିଛି ପ୍ରଚାର

19/05/2020 at 10:17 AM

ଭଦ୍ରକ୧୯/୫: ଧାମରା ଓ ଚାନ୍ଦବାଲି ଅଞ୍ଚଳରେ ଚାଲିଛି ଡ଼ାକବାଜି ଯନ୍ତ୍ରରେ ପ୍ରଚାର । ଝାଟିମାଟି ଓ କଚ୍ଚା ଘର ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ନିରାପଦ ସ୍ଥାନକୁ ଯିବା ପାଇଁ ଅନୁରୋଧ କରୁଛି ଏନ୍‌ଡିଆର୍‌ଏଫ୍‌ । ସମ୍ଭାବ୍ୟ ବାତ୍ୟା ପାଇଁ ଗର୍ଭବତୀ ସ୍ତ୍ରୀ ଲୋକଙ୍କୁ ସୁରକ୍ଷିତ ଭାବେ ୧୦୨ ଏବଂ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାର ସମସ୍ତ ସ୍ଥାନରେ ହୋର୍ଡିଙ୍ଗ ଖୋଲା ଯାଇଛି । ଅଧିକ ପବନ ବହିବା ସମ୍ଭାବନା ଥିବାରୁ ଚାନ୍ଦବାଲି ବ୍ଲକ ଓ ଧାମରାର କେତେକ ଅଞ୍ଚଳ ଓ ବାସୁଦେବପୁର ଅଞ୍ଚଳକୁ ହାଇଆଲର୍ଟ ଘୋଷଣା କରିଛି ଜିଲ୍ଲାପ୍ରଶାସନ । ଏବେ ଆକାଶ ମେଘାଚ୍ଛନ ରହିଛି । ତେଣୁ ବାତ୍ୟା ଅମ୍ଫାନକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ବିିଭିନ୍ନ ପ୍ରକାର ପଦକ୍ଷେପ ନେଇଛି। ତେଣୁ ବର୍ତ୍ତମାନ ସୁଦ୍ଧା ଭଦ୍ରକର ବିପଦସଙ୍କୁଳ ସ୍ଥାନରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି।

   Related Posts