Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ହରିଦ୍ୱାର ‘ହର୍ କି ପୋୖଡି’ରେ ଶାହୀ ସ୍ନାନ ଜାରି: ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ସାଧୁଙ୍କ ସମାଗମ

12/04/2021 at 12:11 PM

ହରିଦ୍ୱାର ୧୨/୦୪ : ଉତ୍ତରାଖଣ୍ଡ ହରିଦ୍ୱାରରେ ମହାକୁମ୍ଭ ମେଳା ଚାଲିଛି। ଶାହୀ ସ୍ନାନ ପାଇଁ ଅନେକ ସଂଖ୍ୟକ ଶ୍ରଦ୍ଧାଳୁ ହରିଦ୍ୱାରରେ ପହଞ୍ଚିଛନ୍ତି। ଶ୍ରଦ୍ଧାଳୁ ସକାଳୁ ‘ହର କି ପୋୖଡି’ରେ ମା’ ଗଙ୍ଗାରେ ଆସ୍ଥା ବୁଡ଼ ପକାଉଛନ୍ତି। କରୋନା ମହାମାରୀ ମଧ୍ୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ହରିଦ୍ୱାରରେ ପହଞ୍ଚିଛନ୍ତି। କିନ୍ତୁ ଶ୍ରଦ୍ଧାଳୁଙ୍କୁ ଅନେକ କିଲୋମିଟର ଚାଲିବାକୁ ପଡୁଛି। ଗଙ୍ଗା ଘାଟ ଯାଏଁ ଯିବାକୁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଶ୍ରଦ୍ଧାଳୁଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଜୁନା ଆଖଡ଼ାରେ ସାଧୁ ଗଙ୍ଗାରେ ଶାହୀ ସ୍ନାନ କରୁଛନ୍ତି। ଏହା ପୂର୍ବରୁ କୁମ୍ଭର ଦ୍ୱିତୀୟ ଶାହୀ ସ୍ନାନରେ ନିରଞ୍ଜନୀ ଆଖଡ଼ାରେ ସାଧୁମାନେ ଗଙ୍ଗା ନଦୀରେ ଶାହୀ ସ୍ନାନ କରିଥିଲେ। ସୋମବାର ହରିଦ୍ୱାର କୁମ୍ଭରେ ସୋମବତୀ ଅମାବାସ୍ୟାର ଦ୍ୱିତୀୟ ଶାହୀ ସ୍ନାନ ହେଉଛି। କରୋନା ପରିସ୍ଥିତିକୁ ନେଇ ପ୍ରଶାସନ ମଧ୍ୟ ସତର୍କ ଅଛି। କୁମ୍ଭନଗରୀ ହରିଦ୍ୱାରରେ ମହାକୁମ୍ଭର ଶାହୀ ସ୍ନାନରେ ସମସ୍ତ ୧୩ ଆଖଡ଼ାର ସାଧୁ ଗୋଟିଏ ପରେ ଗୋଟିଏ ଗଙ୍ଗାରେ ସ୍ନାନ କରିବେ। ସତ ସନ୍ୟାସୀ ଆଖଡ଼ା, ତିନ ବୈରାଗୀ ଆଖଡ଼ା, ହର କି ପୋୖଡି ବ୍ରହ୍ମକୁଣ୍ଡରେ ଶାହୀ ସ୍ନାନ କରିବେ। ସର୍ବ ପ୍ରଥମେ ନିରଞ୍ଜନୀ ଆଖଡ଼ା ଗଙ୍ଗା ସ୍ନାନ କରିଥିଲା।

ଏପ୍ରିଲ ୩୦ ତାରିଖ ଯାଏଁ ଚାଲିବାକୁଥିବା ମହାକୁମ୍ଭରେ ଗଙ୍ଗା ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କୁ ୭୨ ଘଣ୍ଟା ପୂର୍ବର କୋଭିଡ-୧୯ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ହେବ। କରୋନା ଯୋଗୁଁ ଶାସନ-ପ୍ରଶାସନ କଡା ପଦକ୍ଷେପ ନେଇଛନ୍ତି ଏବଂ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୁମ୍ଭ ମେଳା ଆୟୋଜନ ହୋଇଛି। ଭକ୍ତଙ୍କ ସହ ଆଖଡ଼ାକୁ ଶାହୀ ସ୍ନାନ ପାଇଁ କାର୍ଯ୍ୟକ୍ରମ ନିର୍ଧାରିତ କରାଯାଇଛି। ସବୁ ଆଖଡ଼ାକୁ ଅଧା ଘଣ୍ଟା ଲେଖାଏଁ ସ୍ନାନ ପାଇଁ ସମୟ ଦିଆଯାଉଛି।

   Related Posts