Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ବିସ୍କୁଟ ବିଜ୍ଞାପନରେ ଅଶ୍ଳୀଳତା : ବିରୋଧୀଙ୍କ ଟାର୍ଗେଟରେ ଇମରାନ ସରକାର

10/10/2020 at 2:09 PM

ଇସଲାମାବାଦ ୧୦/୧୦: ପାକିସ୍ତାନରେ ଏକ ବିଜ୍ଞାପନକୁ ନେଇ ଅନେକ ହଇଚଇ ସୃଷ୍ଟି ହୋଇଛି। ପ୍ରକୃତରେ ଏହା ଏକ ବିସ୍କୁଟ୍‌ର ବିଜ୍ଞାପନ। ଏହି ବିଜ୍ଞାପନରେ ମଡେଲ୍ ମହଓ୍ବିଶ୍ ହୟାତ ପାରମ୍ପରିକ ପୋଷାକରେ ଡାନ୍ସ କରି ଏହି ବିସ୍କୁଟକୁ ଦେଶର ବିସ୍କୁଟ ବୋଲି କହୁଛନ୍ତି। ଯାହା ଫଳରେ ଏହି ବିସ୍କୁଟ ବିଜ୍ଞାପନକୁ ଅଶ୍ଳୀଳ ବୋଲି କୁହାଯାଉଛି। ବିରୋଧ କରୁଥିବା ଲୋକମାନେ ମହଓ୍ବିଶଙ୍କ ଡାନ୍ସକୁ ମୁଜରା ବୋଲି କହୁଛନ୍ତି। ଏହି ବିଜ୍ଞାପନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବିରୋଧୀମାନେ ପାକିସ୍ତାନର ଇମରାନ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି।  

ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହି ବିସ୍କୁଟର ବିଜ୍ଞାପନକୁ ବିରୋଧ କରି ସାଧାରଣ ଲୋକ ତ ରାସ୍ତାରେ ଓହ୍ଳାଇ ଆସିଛନ୍ତି,ଅନ୍ୟ ପଟେ ମନ୍ତ୍ରୀ ମଧ୍ୟ ଏହି ବିଜ୍ଞାପନକୁ ଅଶ୍ଳୀଳ ବୋଲି କହିଛନ୍ତି। ମନ୍ତ୍ରୀମାନେ ମଧ୍ୟ ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ବିରୋଧୀମାନେ ପାକିସ୍ତାନର ଇଲେକ୍ଟୋନିକ୍ ମିଡିଆ ରେଗୁଲେଟୋରି ଅଥୋରିଟି(ପେମରା)ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପେମରା ବିରୋଧ କରିବାର କାରଣକୁ ବୁଝି ଏହାର ବିଷୟବସ୍ତୁ ଉପରେ ବିଚାର କରିବା କଥା କହିଛନ୍ତି।


ବିଜ୍ଞାପନରେ ଅଭିନେତ୍ରୀଙ୍କ ସହ ଅନ୍ୟ କଳାକାର ହସି ହସି ଡାନ୍ସ କରୁଥିବା ନଜର ଆସିଛନ୍ତି। ସେଠାକାର ସୋସିଆଲ ମିଡିଆ ଉପରେ ଏହି ବିଜ୍ଞାପନକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଜଣେ ୟୁଜର ଏହାକୁ ବିଜ୍ଞାପନକୁ ମୁଜରା କହି ପଚାରିଛନ୍ତି ଯେ ପାକିସ୍ତାନରେ ପେମରା ନାମକ କୌଣସି ସଂସ୍ଥା ରହିଛି କି ନାହିଁ?

ଏହାର ଉତ୍ତରରେ ବିଜ୍ଞାପନକୁ ସମର୍ଥନ କରିଥିବା ଜଣେ ମହିଳା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଏହି ସମାଜ ହସୁଥିବା,ଗୀତ ଗାଉଥିବା ,ନାଚୁଥିବା ମହିଳାଙ୍କୁ ଘୃଣା କରେ। ଏହି ସମାଜ ଡରୁଥିବା ଏବଂ କାନ୍ଦୁଥିବା ମହିଳାଙ୍କୁ ପସନ୍ଦ କରେ। ପାକିସ୍ତାନର ଟିଭି​ରେ ଯେତେବେଳେ ମହିଳାର ଦୁଃଖ କଥା ଦେଖାଯାଏ ସେତେବେଳେ କାହାକୁ କୌଣସି ଆପତ୍ତି ନଥାଏ।

   Related Posts