ସାବଧାନ ! ଆନ୍ଧ୍ର ମାଛରେ ହେଉଛନ୍ତି ପୋକ ସାଲୁବାଲୁ, ଚୁପ୍ ବସିଛନ୍ତି ଜନସ୍ବାସ୍ଥ୍ୟ ଅଧିକାରୀ

Published By : Prameya-News7 Bureau | July 16, 2019 IST

ବାଲିପାଟଣା ୧୬|୭: ଆନ୍ଧ୍ର ମାଛରେ ପୋକ ସାଲୁବାଲୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବନମାଳିପୁର ଅଂଚଳରେ । ଗଡଚାରିପଡା ଗ୍ରାମର ରାଜେଶ ପାତ୍ର ବନମାଳିପୁର ବଜାରରୁ ମାଛ କିଣି ଘରକୁ ଆଣିଥିଲେ । ମାଛ କାଟି ସାରିବା ପରେ ସେଥିରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ପାଇଥିଲେ ।

{"id":134163}

ବନମାଳିପୁର, ବାଲିପାଟଣା ଅଂଚଳର କିଛି ଅସାଧୁ ମାଛ ବ୍ୟବସାୟୀ ଆନ୍ଧ୍ରରୁ ଆସୁଥିବା ମାଛକୁ ୪ରୁ ୫ଦିନ ପର୍ଯ୍ୟନ୍ତ ରଖି ତାକୁ ଗ୍ରାହକ ମାନଙ୍କୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଅଧିକ ଦିନ ମାଛ ରହିବା ପରେ ପୋକ ସାଲୁବାଲୁ ହେଉଛନ୍ତି । ଯାହାର ଉଦାହରଣ ଆଜି ଦେଖିବାକୁ ମିଳିଥିବା ସ୍ଥାନୀୟଲୋକ କହିଛନ୍ତି । ଏଭଳି ଘଟଣା ଘଟୁଥିବାବେଳେ ଜନସ୍ବାସ୍ଥ୍ୟ ଅଧିକାରୀ ଚୁପ୍ ବସିଛନ୍ତି । ଏ ନେଇ ପ୍ରଶାସନ ପକ୍ଷରୁ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.