Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମଦ ଦୋକାନ ଖୋଲିବାକୁ ଲଟେରୀ ପରେ ବି ଯାଞ୍ଚରେ ଅନିୟମିତତା, ଜିଲ୍ଲାପାଳଙ୍କ ନିକଟରେ ଫେରାଦ

23/04/2021 at 3:51 PM

ଭଦ୍ରକ ୨୩।୪: ସରକାରୀ ଠିପି ବନ୍ଦ ମଦ ଦୋକାନ ଖୋଲିବା ପାଇଁ ହୋଇଥିବା ଲଟେରୀ ପୂର୍ବରୁ କାଗଜପତ୍ର ଯାଞ୍ଚ ଠିକ୍ ହୋଇନଥିବା ଅଭିଯୋଗ ହୋଇଛି । ଲଟେରୀ ଜିତିଥିବା ଜନୈକ ବ୍ୟକ୍ତି ଲଟେରୀ ପୂର୍ବରୁ ଜମା କରିଥିବା କାଗଜପତ୍ରରେ ଚଞ୍ଚକତା କରିଥିବା ବେଳେ ଦାୟିତ୍ଵରେ ଥିବା ଅଧିକାରୀ ଠିକ୍ ଭାବେ ଯାଞ୍ଚ କରିନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ମଞ୍ଜୁରିରୋଡ୍ ସ୍ଥିତ ଠିପି ଖୋଲା ମଦ ଦୋକାନ ପାଇଁ ଲଟେରୀ ହୋଇଥିଲା ଏହି ଦୋକାନ ପାଇଁ ୧୩ ଜଣ ଆବେଦନ କରିଥିଲେ । କିନ୍ତୁ ଲଟେରୀ ପରେ ଦୋକାନ ପାଇଁ ଯୋଗ୍ୟ ମନୋନୀତ ହୋଇଥିବା ବ୍ୟକ୍ତିଙ୍କର କେବଳ ଗୋଟିଏ ଅକ୍ଷର ବଦଳାଇ ଦୁଇଟି ପାନ୍ କାର୍ଡ ଥିବା ନେଇ ଅନ୍ୟ ଆବେଦନକାରୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ତେବେ କାଗଜପତ୍ର ଯାଞ୍ଚ ବେଳେ ଅନିୟମିତତା ହୋଇଥିବା କହିଛନ୍ତି ଅଭିଯୋଗକାରୀ । ଏବେ ପୁନଃ ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି ।

   Related Posts