କୋଭିଡ କଟକଣା ଏଠି ବାଟବଣା : ଟିକା ନେଉଛନ୍ତି ନା କରୋନା ବାଣ୍ଟୁଛନ୍ତି

Published By : Prameya-News7 Bureau | May 01, 2021 IST

ନୀଳଗିରି ୧/୫ : କୋଭିଡ କଟକଣା ଏଠି ବାଟବଣା । ଏ ଚିତ୍ର ଦେଖିଲେ ଆଜି ଭଳି ସ୍ପଷ୍ଟ ଜଣାପଡୁଛି ଏଇଠି କଣ ଚାଲିଛି । ଏମାନେ ଟିକା ନେବାକୁ ଆସିଛନ୍ତି ନା କରୋନା ସଂକ୍ରମଣ ବାଣ୍ଟିବାକୁ ଆସିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲ ପରିସରରେ । କୋଭିଡ ଏବେ ସାରା ଦେଶରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟିକରିଛି । ସରକାର ଏବେ କଟକଣା କଡାକଡି କରିଛନ୍ତି । ମାସ୍କ ସହିତ ସମଦୂରତା ବଜାଇ ରଖିବା, ଶନିବାର ଓ ରବିବାର ସଟଡାଉନ ମଧ୍ୟ କରାଯାଉଛି ।

ସେପଟେ ଆଜିଠରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ହେଲେ ଆଜି ନୀଳଗିରି ଉପଖଣ୍ଡ ହସ୍ପିଟାଲ ପରିସରରେ ଟିକା ନେବାକୁ ଆସିଥିବା ବେଳେ କୋଭିଡ ନିୟମ କୁ ଫୁ କରିଦେଇଛନ୍ତି । କେହି ସମଦୂରତା ବଜାଇ ନରଖିଥିବା ଵେଳେ ପୁରୁଷ ଓ ମହିଳା ବିଭାଗ ଆଗରେ ଶତାଧିକ ବ୍ୟକ୍ତି ଟିକା ନେବାକୁ ଆସି ରୁଣ୍ଡ ହୋଇଥିବାର ଦେଖିବାକୁ ମିଳିଛି । ପୋଲିସ ଓ ହସ୍ପିଟାଲ କର୍ମଚାରୀ ଥିଲେ ମଧ୍ୟ ଏହାକୁ କେହି ଗୁରୁତ୍ୱ ଦେଇନାହାନ୍ତି । ଏମାନଙ୍କ ଭିତରୁ ଯଦି କେହି କୋଭିଡ ରୋଗୀ ଥାଆନ୍ତି ତାହେଲେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନିଶ୍ଚୟ ରହିବ । ହସ୍ପିଟାଲ କତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଘଟଣାକୁ ଗୁରୁତର ସହ ନେବାକୁ ସାଧରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.