ସ୍ମିତାରାଣୀଙ୍କ ସ୍ବାମୀ ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ମାରିବାର ମୁଖ୍ୟ ଉଦ୍ଦେଶ୍ୟ

Published By : Prameya-News7 Bureau | October 23, 2019 IST

ଭୁବନେଶ୍ବର ୨୩।୧୦:  ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ସବୁ ସ୍ତରରେ ବିରୋଧ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ସ୍ତ୍ରୀଙ୍କୁ କିପରି ନ୍ୟାୟ  ମିଳିବ ସେନେଇ  ମହିଳା କମିଶନ ଓ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ  ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଲ ।

ସ୍ମିତାରାଣୀଙ୍କୁ ବେଆଇନ କାମ ପାଇଁ ବାଧ୍ୟ କରାଯାଇଥିବା ସେ ମହିଳା କମିଶନଙ୍କୁ ଜଣାଇଛନ୍ତି । ସେ ରାଜି ନହେବାରୁ ତାଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ବେଆଇନ କାମ କରିବାକୁ ତାଙ୍କ ଉପରେ  ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ର ଚାପ ପକାଉଥିଲା । ଏଥିପାଇଁ ସେ ମାନସିକ ଚାପରେ ରହୁଥିଲେ। ତେଣୁ ସ୍ମିତାରାଣୀଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ସେପଟେ ମହିଳା କମିଶନ କହିଛନ୍ତି ଏହାର ତଦନ୍ତ କରିଛୁ, ଆବଶ୍ୟକ ପଡ଼ିଲେ ପୁଣି ତଦନ୍ତ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.