Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ରୋଚକ ମୋଡ : ଭୟରେ ଗାଁ ଛାଡିଲେ ସ୍ମିତାରାଣୀଙ୍କ ପରିବାର

3/11/2019 at 2:55 PM

ଯାଜପୁର ୩।୧୧: ଯାଜପୁର ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ମାମଲାରେ ରେ।ଚକ ମୋଡ । ଭୟରେ ଗାଁ ଛାଡିଲେ ସ୍ମିତାରାଣୀଙ୍କ ପରିବାର । ଗାଁ ଛାଡି ସେମାନେ ଦିଲ୍ଲୀ ପଳାଇଥିବା ସୂଚନା ମିଳିଛି । ସ୍ମିତାରାଣୀଙ୍କ ବାପା ଗଣମାଧ୍ୟମ ଆଗରେ ମୁହଁ ଖୋଲି କହିଥିଲେ ଯେ, ‘ଖୁବଶୀଘ୍ର ମୁଁ ଗାଁ ଛାଡିବି । ମୁଁ ଭୟଭୀତ ଅବସ୍ଥାରେ ଅଛି । ଯେଉଁଠି ମୋ ଝିଅକୁ ମାରିଦେଲେ ସେଠି ମୋ ଜୀବନ ଯିବା ବି ଅସମ୍ଭବ ନୁହେଁ’ । ଘଟଣାରେ ସିବିଆଇ ତଦନ୍ତ ଦାବି କରିଥିଲେ ସ୍ମିତାରାଣୀଙ୍କ ସ୍ବାମୀ ।

ସେପଟେ ମହିଳା କମିଶନ ଅଧ୍ୟକ୍ଷଙ୍କ ମନ୍ତବ୍ୟକୁ ନିନ୍ଦା କରିଛି ବିଜେପି ମହିଳା ମୋର୍ଚ୍ଚା । ଗତକାଲି ମହିଳା କମିଶନ କେସ କ୍ଲେ।ଜ୍ ହେ।ଇଗଲା ବେ।ଲି କହିଥିଲେ । ଏହାର ପ୍ରତିବାଦରେ ୫ ତାରିଖରେ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବ ବିଜେପି ମହିଳା ମୋର୍ଚ୍ଚା । ଘଟଣାରେ ପୁଣିଥରେ ଏସପି ଓ ମହିଳା କମିଶନ ଅଧ୍ୟକ୍ଷଙ୍କ ଇସ୍ତଫା ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ଏଥିସହ ପୁରା ଘଟଣାର ସିବିଆଇ ତଦନ୍ତ ଦାବି କରିଛି ।

   Related Posts