ଭିଜିଲାନ୍ସ ଜାଲରେ ପିଇଓ, ୨ ହଜାର ଟଙ୍କା ନେଉଥିଲେ ଲାଞ୍ଚ

Published By : Prameya-News7 Bureau | December 09, 2019 IST

ବ୍ରହ୍ମପୁର ୯।୧୨: ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ବ୍ଲକ୍ ଉଧୁରା ପଞ୍ଚାୟତର ପିଇଓ ମନୋଜ କୁମାର ସାହୁ । କାର୍ଯ୍ୟରତ ପିଅନଙ୍କ ଦରମା ବୃଦ୍ଧି ନିମନ୍ତେ ପଞ୍ଚାୟତ ବୈଠକ ଅନୁଷ୍ଠିତ କରିବାକୁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଅଭିଯୋଗକାରୀ ପିଅନ ହେଉଛନ୍ତି ପାନୁ ଚରଣ ସେଠୀ । ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ବାଇଁ ଏ ନେଇ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.