ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ, ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ

Published By : Prameya-News7 Bureau | August 17, 2020 IST

କେନ୍ଦ୍ରାପଡା ୧୭।୮: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ବଙ୍ଗାଳ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ହାତରେ ଧରା ପଡିଥିବା ଅଧିକାରୀ ଜଣଙ୍କ ହେଉଛନ୍ତି ଧର୍ମାନନ୍ଦ ବେହେରା ।

{"id":315965,"sizeSlug":"large"}

ସେ ଏକ ପ୍ରକଳ୍ପର ଫାଇନାଲ ବିଲ୍ କରିଦେବା ପାଇଁ ଠିକାଦାର ଶୁବେନ୍ଦ୍ର କୁମାର ରାଉତରାୟଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲାବେଳେ ସ୍ଥାନୀୟ ଚଅଁପୁର ଛକଠାରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ନେଇଥିଲା । ଧର୍ମାନନ୍ଦଙ୍କୁ  ଭିଜିଲାନ୍ସ ଗିରଫ କରିବା ସହ ତାଙ୍କଠାରୁ ୭ ହଜାର ଟଙ୍କା ଏବଂ ମୋବାଇଲ ଫୋନ ଜବତ କରିଥିବା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାୟ ଗୁରୁ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.