Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଟଙ୍କା ବାଣ୍ଟିବା ଅଭିଯୋଗରେ ଗ୍ରାମବାସୀଙ୍କ ଦ୍ବାରା ପିଇଓ ଅଟକ

23/04/2019 at 3:59 PM

ନୟାଗଡ ୨୩|୪: ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ନୟାଗଡ ଜିଲ୍ଲା ରଣପୁର ଥାନା କାଣ୍ଡପଡା ପିଇଓଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଖବର ପାଇ ରଣପୁର ପୋଲିସ ସମ୍ପୃକ୍ତ ପିଇଓକୁ ଥାନାକୁ ଆଣି ପଚରାଉଚରା କରି ଅଟକ ରଖିଛି ।

ସୂଚନା ଅନୁସାରେ ପିଇଓ ସୁଜିତ କୁମାର ଦାସ ଆଜି ଭୋର ପ୍ରାୟ ୩ଟା ସମୟରେ ଗଁ।ରେ ଟଙ୍କା ବାଣ୍ଟୁଥିବା ଖବର ପାଇ ଗଁ।ର ଲୋକମାନେ ତାଙ୍କୁ ଘେରିଥିଲେ । ଇଲେକ୍ସନ ଡ୍ୟୁଟି ଲେଖାଥିବା ଏକ ଗାଡିରେ ସୁଜିତ ଗଁ।କୁ ଯାଇ କିଛି ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ଏପରିକି ଗାଡିରୁ ବିଜେଡିର ଦଳୀୟ ପତାକା ବାହାରିଥିବାରୁ ଲୋକମାନେ ଅଧିକ ତାତିଥିଲେ । ସୁଜିତଙ୍କୁ ଗ୍ରାମବାସୀ ଅଟକ ରଖିଥିବା ଖବର ପାଇ ରଣପୁର ଥାନା ଅଧିକାରୀ ଏବଂ ଶରଣକୁଳ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଗାଡି ଏବଂ ସୁଜିତଙ୍କୁ ତଲାସି କରିଥିଲେ । ଗାଡିରୁ ଦଳୀୟ ପତାକା, ଭୋଟ୍ ଦାନ କେନ୍ଦ୍ରର ପୋଷ୍ଟର ଏବଂ  ସୁଜିତଙ୍କଠାରୁ ୧୩ହଜାର ଟଙ୍କା ମିଳିଥିଲା । ଗ୍ରାମବାସୀଙ୍କୁ ବୁଝାସୁଝା କରି ପୋଲିସ ସୁଜିତଙ୍କୁ ଉଦ୍ଧାର କରି ଥାନାକୁ ଆଣି ଅଧିକ ପଚରାଉଚରା କରୁଛି । ସୁଜିତଙ୍କୁ ଥାନାରେ ଅଟକ ରଖାଯାଇଥିବା ଶରଣକୁଳ ଏସଡିପିଓ ଫୋନ୍‌ ରେ ଜଣାଇଛନ୍ତି । 

   Related Posts