ସନ୍ଦେହ ଘେରରେ ମହିଳା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କର ମୃତ୍ୟୁ- ସନ୍ଦେହ ଘେରରେ ସରପଞ୍ଚଙ୍କର ସ୍ବାମୀଙ୍କର ଭୂମିକା

Published By : Prameya-News7 Bureau | October 17, 2019 IST

ଯାଜପୁର ୧୭।୧୦ ମହିଳା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ ।ଯାଜପୁର ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ବାଳଙ୍କର ମୃତ୍ୟୁ ଘଟଣା ଏବେ ସନ୍ଦେହ ଘେରରେ ।କାରଣ ମହିଳା କର୍ମଚାରୀ ଜଣଙ୍କୁ ଜଣେ ସରପଞ୍ଚଙ୍କର ସ୍ବାମୀଙ୍କର ଗେଷ୍ଟ ହାଉସରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ଡ୍ୟୁଟିରୁ ଫେରିଥିବା ମହିଳା କର୍ମଚାରୀ ଜଣଙ୍କର ଅଚାନକ କେମିତି ମୃତ୍ୟୁ ହେଲା ତାହା ସନ୍ଦେହ ଘେରରେ। ଗେଷ୍ଟ ହାଉସର ୟୁରିନାଲ ରୁମ୍‌ରେ ସେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ସରପଞ୍ଚଙ୍କର ସ୍ବାମୀ କହିଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।…

{"id":171225}

ସନ୍ଦେହ ଘେରରେ ମହିଳା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କର ମୃତ୍ୟୁ। ଯାଜପୁର ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ବାଳଙ୍କର ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ। ଗତକାଲି ସ୍ମିତାରାଣୀ ବିଶ୍ବାଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଏକ ଗେଷ୍ଟ ହାଉସର ୟୁରିନାଲ ରୁମ୍‌ରୁ ଉଦ୍ଧାର କରାଯାଇଥିଲା। ବେକରେ ଓଢ଼ଣୀ ବନ୍ଧା ଯାଇଥିବା ଅବସ୍ଥାରେ ମିଳିଥିଲା ଏହି ମହିଳାଙ୍କର ମୃତଦେହ। ଗତକାଲି ସ୍ମିତାରାଣୀ ହରିଦାସପୁର ପଞ୍ଚାୟତର ବାଲିଗରି ଗାଁରେ ଭତ୍ତା ବାଣ୍ଟିବା ପରେ ଦିନ ଗୋଟାଏ ବେଳେ ହରିଦାସପୁର ସରପଞ୍ଚଙ୍କର ସ୍ବାମୀଙ୍କର ଗେଷ୍ଟ ହାଉସକୁ ଫ୍ରେସ୍‌ ହେବାକୁ ଯାଇଥିଲେ। ଆଉ ସେହି ଗେଷ୍ଟ ହାଉସର ୟୁରିନାଲ ଭିତରୁ ତାଙ୍କର ଓଢ଼ଣୀରେ ଓହଳିଥିବା ମୃତଦେହ ଉଦ୍ଧାର କରାଯାଇଛି। ସରପଞ୍ଚଙ୍କର ସ୍ବାମୀ ବାଥରୁମ୍‌ ଗେଷ୍ଟ ହାଉସ ଡୋର୍‌ ଭାଙ୍ଗି ବାଥରୁମରୁ ତାଙ୍କୁ ଉଦ୍ଧାର କରିଥିବା ବେଳେ ସେଠାରୁ ଧର୍ମଶାଳା ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।….

{"id":171226}

ମୃତ ସ୍ମିତାରାଣୀଙ୍କ ସ୍ବାମୀ ବାହାରେ ରହୁଥିବା ବେଳେ ତାଙ୍କର ପରିବାର ଲୋକେ ଝିଅର ମୃତ୍ୟୁ ଖବର ପାଇଁ ଧର୍ମଶାଳା ମେଡିକାଲରେ ପହଞ୍ଚିଥିଲେ। ତେବେ ସ୍ମିତାରାଣୀ ପୂର୍ବରୁ ଭିଏଲଡବ୍ଲୁ ଥିବା ବେଳେ ପରେ ପ୍ରମୋସନ ପାଇ ପିଇଓ ହୋଇଥିଲେ। ତାଙ୍କର ଏକ ୪ ବର୍ଷର ଝିଅ ଥିବା ବେଳେ ସ୍ବାମୀ ତାଳଚେରରେ ଚାକିରୀ କରନ୍ତି। ଧର୍ମଶାଳା ଥାନା ଅଧିକାରୀ ଏହି ମାମଲାରେ ସରପଞ୍ଚଙ୍କର ସ୍ବାମୀ ଏବଂ ମୃତ ସ୍ମିତାରାଣୀଙ୍କର ବାପାଙ୍କୁ ନେଇ ପଚରାଉଚରା କରିଛନ୍ତି । ଏହି ଘଟଣାରେ ସରପଞ୍ଚଙ୍କର ସ୍ବାମୀଙ୍କର ଭୂମିକା ସନ୍ଦେହ ଘେରକୁ ଆସିଥିବା ବେଳେ ତାଙ୍କ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ହିଁ ସରପଞ୍ଚଙ୍କର ସ୍ବାମୀଙ୍କର ଗେଷ୍ଟ ହାଉସ୍‌ ରହିଛି। ସେ ୪ ବର୍ଷ ହେଲା ପିଇଓ ଭାବେ କାମ କରୁଥିଲେ। ବ୍ଲକ୍‌ କ୍ବାର୍ଟରରେ ସେ ତାଙ୍କର ବାପା ଓ ଝିଅଙ୍କ ସହିତ ରହୁଥିଲେ। ତାଙ୍କର ମୃତ୍ୟୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି।…

{"id":171227}

ଭତ୍ତା ବାଣ୍ଟି ସାରି ଫେରିବା ପରେ ସ୍ମିତାରାଣୀ କାହିଁକି ଗେଷ୍ଟ ହାଉସକୁ ଯାଇଥିଲେ। ଗେଷ୍ଟ ହାଉସରେ ସେହି ସମୟରେ ଆଉ କିଏ କିଏ ଥିଲେ। ସ୍ମିତାରାଣୀଙ୍କର ଝୁଲନ୍ତା ମୃତଦେହକୁ ଦେଖି ଗେଷ୍ଟ ହାଉସ୍‌ ମାଲିକ ତଥା ସରପଞ୍ଚଙ୍କର ସ୍ବାମୀ ପୋଲିସକୁ କାହିଁକି ନଜଣାଇ ନିଜେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଏହିସବୁ ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।…

{"id":171228}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.