Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଲାଞ୍ଚ ନେଇ ଖାଇଲେ ଛେଚା : ପିଇଓଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଜୋତାରେ ପିଟିଲେ ମହିଳା, ସୋସିଆଲ ମିଡିଆରେ ଭିଡିଓ ଭାଇଲାର୍

16/11/2019 at 9:33 AM

ଢେଙ୍କାନାଳ ୧୬।୧୧: ଲାଞ୍ଚ ଖାଇଲେ, ପିଟା ଖାଇଲେ । ପିଇଓଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଜୋତାରେ ପିଟିଲେ ମହିଳା । ଲାଞ୍ଚ ନେଲେ, ହେଲେ କାମ କଲେନି । ଯାହାକୁ ନେଇ ମହିଳାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପିଇଓ ।

ଏ ଘଟଣା ହେଉଛି ଢେଙ୍କାନାଳ କଙ୍କଡାହାଡ ବ୍ଲକ ଅନ୍ତର୍ଗତ ଘାଘରାମୁଣ୍ଡା ପଞ୍ଚାୟତ ଅଫିସର । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ପିଇଓ ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି ମହିଳା । ଆଉ ନୀରିହ ଲୋକଙ୍କୁ ଠକିଲେ କଣ ପରିଣତି ହୁଏ ତାର ନିଛକ ଦୃଶ୍ୟ ଦେଖିବାକୁ ମିଳିଛି ଘାଘରାମୁଣ୍ଡା ପଞ୍ଚାୟତ ଅଫିସରେ ।

ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଇ ଆବାସ ନଦେବାରୁ ସରକାରୀ ବାବୁଙ୍କୁ ନିସ୍ତୁକ ମାଡ ମାରିଛନ୍ତି ମହିଳା । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜୋତାରେ ମାଡ ମରାଯାଉଛି । ମାଡ ଖାଉଥିବା ପିଇଓ ଜଣଙ୍କ ଘାଘରାମୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ବସନ୍ତ ବେହେରା ।  ଘର କଙ୍କଡାହାଡ ଥାନା ଅନ୍ତର୍ଗତ ଗତରେଇ ଗାଁରେ । ପିଇଓ ଟଙ୍କା ନେବା କଥା ଜଣାପଡିବା ପଡିବା ପରେ ନେଇଥିବା ଟଙ୍କା ଫେରାଇବାକୁ ଅଡି ବସିଥିଲେ ଲୋକେ । ହେଲେ ଟଙ୍କା ଫେରି ନପାଇବାରୁ ତାଙ୍କୁ ଘେରିଯାଇ ଜୋତାମାଡ କରିଥିଲେ । 

କଳାକାରନାମା ପଦାରେ ପଡିଯିବା ଭୟରେ ବାବୁ ମଧ୍ୟ କାନ ମୁଣ୍ଡ ଆଉଁଶି ବାଧ୍ୟ ହୋଇ ଚୁପ୍ ରହିଥିଲେ । ହେଲେ କେହି ଜଣେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରିବା ପରେ ଘଟଣା ପଦାକୁ ଆସିଛି ।

   Related Posts