ପେଣ୍ଟାଗନ୍‌ UFO ରିପୋର୍ଟ: ସତରେ କଣ ଏଲିୟନ୍‌ ଅଛନ୍ତି ? ୟୁଏଫଓ ଉପରେ ଗୁପ୍ତ ତଥ୍ୟ ପ୍ରକାଶ କଲା ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ

Published By : Prameya-News7 Bureau | June 26, 2021 IST

ଓ୍ବାସିଂଟନ୍‌ ୨୬/୬: ସତରେ କଣ ୟୁଏଫଓ (ଅଜଣା ଉଡ଼ନ୍ତା ବସ୍ତୁ)ର ଅସ୍ତିତ୍ବ ଅଛି ? ସମସ୍ତେ ଏହି ପ୍ରଶ୍ନର ପ୍ରାମାଣିକ ଜବାବ ଜାଣିବାକୁ ଚାହୁଁଛନ୍ତି । ଏବେ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ୍‌ ୟଏଫଓ  ଉପରେ ଗଠିତ ନିଜର ଟାସ୍କ ଫୋର୍ସର ରିପୋର୍ଟ ୟୁଏସ୍‌ କଂଗ୍ରେସ ସାମ୍ନାରେ ରଖିଛି। ପ୍ରଥମେ ପେଣ୍ଟାଗନ୍‌ର ୟୁଏଫଓ ୟୁନିଟ୍‌ ଭଙ୍ଗ ହୋଇଥିବା ନେଇ ଦାବି ହୋଇଥିଲା। କିନ୍ତୁ ୟୁଏସ୍‌ ନାଭିର ସହାୟତାରେ ଏହି ୟୁନିଟ୍‌ କାର୍ଯ୍ୟ କରୁଥିଲା। ନାଭି ଇଣ୍ଟେଲିଜେନ୍ସ ସହଯୋଗରେ କାର୍ଯ୍ୟ କରୁଥିବା ଏହି ୟୁନିଟ୍‌କୁ ଅଇଡେଣ୍ଟିଫାଏଡ୍‌ ଏରିୟଲ୍‌ ଫନୋମେନା ଟାସ୍କ ଫୋର୍ସର ନାଁ ଦିଆଯାଇଥିଲା।

ୟୁଏଫଓ ଉପରେ ଗଠିତ ପେଣ୍ଟାଗନ୍ ଟାସ୍କ ଫୋର୍ସ ଶୁକ୍ରବାର ନିଜର ରିପୋର୍ଟ ପ୍ରକାଶ କରିଛି। ଏଥିରେ ୨୦୦୪ ପରେ ପୃଥିବୀରେ ଦେଖାଯାଇଥିବା ୧୪୪ ୟୁଏଫଓ ସମ୍ପର୍କରେ ଉଲ୍ଲେଖ ରହିଛି। କିନ୍ତୁ ୟୁଏଫଓ  ସହ ଅନ୍ୟ ଗ୍ରହର ଏଲିୟନମାନଙ୍କ ସହ କୌଣସି ସମ୍ପର୍କ ଥିବା ନେଇ ସ୍ପଷ୍ଟ ଉଲ୍ଲେଖ ନାହିଁ। ପେଣ୍ଟାଗନ୍‌ ଏଲିୟନଙ୍କ ଉପସ୍ଥିତିକୁ ମଧ୍ୟ ସମ୍ପୂର୍ଣ୍ଣ ଖଣ୍ଡନ କରିନାହିଁ।

ଆମେରିକା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଏନବିସି ନ୍ୟୁଜକୁ କହିଛନ୍ତି, ୟୁଏଫଓ ପାଇଁ ଅନ୍ୟ ଗ୍ରହର ଜୀବ ଦାୟୀ ବୋଲି ଆମ ପଖରେ ସେମିତି କିଛି ସୂଚନା ନାହିଁ। ଏହା ସହ କୌଣସି ଶତ୍ରୁ ଦେଶର ଏହା ଏକ ଟେକନିକ୍‌ ବୋଲି ମଧ୍ୟ ଆମେ କହିପାରିବୁ ନାହିଁ ବୋଲି ସେ କହିଛନ୍ତି।

ତେବେ ୯ ପୃଷ୍ଠାର ଏହି ରିପୋର୍ଟକୁ ‘ପ୍ରିଲିମିନାରି ଆସେସମେଣ୍ଟ ଅନ୍‌ଆଇଡେଣ୍ଟିଫାଏଡ୍‌ ଏରିୟଲ ଫେନୋମେନା’ର ନାଁ ଦିଆଯାଇଛି। ୟୁଏସ୍‌ ଟାସ୍କଫୋର୍ସର କାମ ହେଲା ଆକାଶରେ ଉଡ଼ୁଥିବା ଭିନ୍ନ ପ୍ରକାର ଏୟାରକ୍ରାଫ୍ଟ ଉପରେ ନଜର ରଖିବା। ଟାସ୍କଫୋର୍ସରେ ଥିବା ବିଶେଷଜ୍ଞମାନେ ଏଭଳି ଅଜ୍ଞାନ୍ତ ଏୟାରକ୍ରାଫ୍ଟ କେଉଁଠୁ ଆସିଲା ? ଏଥିରେ​‌ କୌଣସି ଜୀବ ଥିଲେ କି ନାହିଁ ପରୀକ୍ଷା କରନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.