ମାଇକ୍ରୋଚିପ୍ ଦେହରେ ଲଗାଇଦେଲେ କହି ଦେବ କରୋନା ଭୂତାଣୁ ଅଛି କି ନା, ପେଣ୍ଟାଗନ କରିଛି ତିଆରି

Published By : Prameya-News7 Bureau | April 13, 2021 IST

ପେଣ୍ଟାଗନ ୧୩।୦୪: ସମଗ୍ର ବିଶ୍ଵରେ ପୁଣି ଥରେ କରୋନାର ଦ୍ଵିତୀୟ ଏବଂ ତୃତୀୟ ଲହର ଆରମ୍ଭ ହୋଇଯାଇଛି। ଭାରତରେ କରୋନା ସଂକ୍ରମଣର ଦ୍ଵିତୀୟ ଲହରରେ ସ୍ଥିତି ବିଗିଡିବାରେ ଲାଗିଛି। ଅନ୍ୟପଟେ ସାରା ବିଶ୍ଵର ବୈଜ୍ଞାନିକ କରୋନା ଟିକା ଏବଂ ଏହାର ମୁକାବିଲା ପାଇଁ ନିଜର ଗବେଷଣା ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ପେଣ୍ଟାଗନର ବୈଜ୍ଞାନିକ ଏମିତି ଏକ ମାଇକ୍ରୋଚିପ୍‌ର ଆବିଷ୍କାର କରିଛନ୍ତି, ଯାହାକୁ ଦେହରେ ଲଗାଇଲେ ଜଣା ପଡିବ ଯେ ବ୍ୟକ୍ତି କରୋନା ସଂକ୍ରମିତ ନା ନୁହେଁ ଏବଂ ଶରୀରରେ କରୋନା ଭାଇରସ୍ ବିକଶିତ ହେଉଛି କି ନାହିଁ।

ବୈଜ୍ଞାନିକ ଏକ କ୍ରାନ୍ତିକାରୀ ଫିଲ୍‌ଟର ମଧ୍ୟ ବିକଶିତ କରିଛନ୍ତି, ଯାହା ଡାଏଲିସିସ୍ ମେସିନ ଜରିଆରେ ରୋଗୀର ରକ୍ତରୁ ଭାଇରସ୍ କାଢି ପାରିବ। ଡିଫେନ୍ସ ଆଡଭାନ୍ସ ରିସର୍ଚ୍ଚ ପ୍ରୋଜେକ୍ଟସ୍ ଏଜେନ୍ସି(DARPA)ର ଗବେଷକଙ୍କ ମତରେ ସେମାନେ ମହାମାରୀ ରୋକିବା ଏବଂ ସମାପ୍ତ କରିବା ଦିଗରେ ଅନେକ ବର୍ଷ ଧରି ଭିନ୍ନ ଭିନ୍ନ ପ୍ରକ୍ରିୟା ଉପରେ ଗବେଷଣା କରୁଥିଲେ।

ଏହି ଗବେଷଣା ସମୟରେ ରବିବାର ରାତିରେ ସିବିଏସ୍‌ରେ ୬୦ ମିନିଟ୍‌ରେ ମାଇକ୍ରୋଚିପ୍‌ର ଆବିଷ୍କାର ହୋଇଥିଲା। ଅବସରପ୍ରାପ୍ତ କର୍ଣ୍ଣେଲ ମ୍ୟାଟ୍ ହେପବର୍ଣ୍ଣ ହେଉଛନ୍ତି ସଂକ୍ରାମକ ରୋଗ ଚିକିତ୍ସକ। ସେ ମହାକାରୀ ନିୟନ୍ତ୍ରଣ ପ୍ରକ୍ରିୟାର ନେତୃତ୍ଵ ନେଇଥିଲେ।

୨୦୨୦ରେ ଆମେରିକାର ଥିଏଡୋର ରୁଜଭେଲ୍ଟ ବିମାନ ବାହକ ପୋତରେ ୧୨୭୧ ସଂକ୍ରମଣ ଚିହ୍ନଟ ହେବା ପରେ କର୍ଣ୍ଣେଲଙ୍କ ମନରେ ଉପରୋକ୍ତ ଆବିଷ୍କାର ପାଇଁ ମନକୁ ବିଚାର ଆସିଥିଲା। ଏହା ପରେ ସେ ଏମିତି ଏକ ମାଇକ୍ରୋଚିପ୍ ବିକଶିତ କରିଛନ୍ତି, ଯାହା ରକ୍ତର ଲଗାତାର ପରୀକ୍ଷଣ କରି ବ୍ୟକ୍ତି ପଜିଟିଭ୍ କି ନାହିଁ ଏବଂ କରୋନା ଭୂତାଣୁ କେତେ ସକ୍ରିୟ କହି ପାରିବ।

ଏହି ଚିପ୍‌କୁ ଦେହରେ ଲଗାଇଲେ  ଜଣା ପଡିବ ଯେ, ଆପଣଙ୍କ ଶରୀରରେ ରାସାୟନିକ ପ୍ରତିକ୍ରିୟା କେମିତି ଚାଲିଛି ଏବଂ ଏହା ମଧ୍ୟ ଜଣା ପଡିବ ଯେ ବ୍ୟକ୍ତି ଆଗକୁ କରୋନା ସଂକ୍ରମିତ ହେବ କି ନୁହେଁ ବୋଲି କର୍ଣ୍ଣେଲ କହିଛନ୍ତି। ଏହା ଜରିଆରେ ୩ ରୁ ୫ ମିନିଟ୍ ଭିତରେ ରିପୋର୍ଟ ଜଣା ପଡିବ।

କର୍ଣ୍ଣେଲ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ଟିମ୍ ଏମିତି ଏକ ଫିଲ୍‌ଟରର ଆବିଷ୍କାର କରିଛନ୍ତି, ଯାହା ଡାଏଲିସିସ୍ ମେସିନ ଜରିଆରେ ରୋଗୀର ରକ୍ତରୁ ଭାଇରସ୍ କାଢି ପାରିବ। ଭାଇରସ୍‌କୁ ବାହାରକୁ କାଢି ରକ୍ତକୁ ଭିତରକୁ ଦେଇଥାଏ। ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଏଫଡିଏ ଦ୍ଵାରା ଏହାର ଅନୁମୋଦନ ଦିଆଯାଇଛି। ପ୍ରାୟ ୩୦୦ ରୋଗୀଙ୍କ ଚିକିତ୍ସା ପାଇଁ ମାଇକ୍ରୋଚିପ୍ ଏବଂ ଫିଲ୍‌ଟରକୁ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.