Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଚୀନ୍‌କୁ ନେଇ Pentagonର ବିସ୍ଫୋରକ ରିପୋର୍ଟ, ଚିନ୍ତାରେ ଆମେରିକା କଂଗ୍ରେସ୍‌

2/09/2020 at 9:54 PM

ନୂଆଦିଲ୍ଲୀ ୨।୯:  ପ୍ରାୟ ୧୨ରୁ ଊର୍ଦ୍ଧ୍ୱ ଦେଶରେ ନିଜର ସେନା ଓ ସୈନ୍ୟ ସରଞ୍ଜାମ ମୂତୟନ ଲାଗି ଯୋଜନା କରୁଛି ଚୀନ। ଯାହା ଆଗକୁ ଆମେରିକା ଲାଗି ଚିନ୍ତାର କାରଣ ହୋଇପାରେ। ଏପରି ଏକ ରିପୋର୍ଟ ଦେଇଛି ପେଣ୍ଟାଗନ। ଏଥିରେ ଚୀନ୍‌ ୧୨ରୁ ଊର୍ଦ୍ଧ୍ୱ ଦେଶରେ ନିଜର ସୈନ୍ୟ ବେସ୍‌ ସ୍ଥାପନା ଲାଗି ଚୀନ୍ ଯୋଜନା କରୁଥିବା ରିପୋର୍ଟରେ କୁହାଯାଇଥିବା ବେଳେ ଏଥିରେ ଏପରି ୩ଟି ଦେଶ ଅଛନ୍ତି ଯେଉଁମାନେ ଭାରତ ସୀମାକୁ ଲାଗି ରହିଛନ୍ତି। ଫେଣ୍ଟାଗନ ଜାରି କରିଥିବା ରିପୋର୍ଟରେ ଚୀନ୍‌ ଭାରତ ସୀମାକୁ ଲଗାଇ ପାକିସ୍ତାନ, ଶ୍ରୀଲଙ୍କା ଓ ମ୍ୟାଁମାରରେ ସେନା ଓ ସୈନ୍ୟ ବେସ୍‌ ମୂତୟନ ଲାଗି ପ୍ରସ୍ତୁତି କରୁଥିବା କୁହାଯାଇଛି।

ଏହା ବ୍ୟତୀତ ଥାଇଲ୍ୟାଣ୍ଡ, ସିଙ୍ଗାପୁର, ଇଣ୍ଡୋନେସିୟା, ୟୁଏଇ, କେନ୍ୟା, ସେସେଲସ୍‌, ତାଞ୍ଜାନିଆ, ଅଙ୍ଗୋଲା ଓ ତାଜାକିସ୍ତାନ ଆଦି ଦେଶରେ ଚୀନ୍ ସୈନ୍ୟ ବେସ୍  ମଧ୍ୟ ସ୍ଥାପନା  କରିବ।  ପେଣ୍ଟାଗନ୍‌ ମଙ୍ଗଳବାର ଆମେରିକା କଂଗ୍ରେସ୍‌କୁ ଦେଇଥିବା ‘ମିଲେଟ୍ରି ଏଣ୍ଡ ସିକ୍ୟୁରିଟି ଡେଭଲପମେଣ୍ଟସ୍‌ ଇନଭଲଭିଂ ଦି ପ୍ୟୁପିଲସ ରିପବ୍ଲିକ ଅଫ ଚାଇନା (ପିଆରସି)-୨୦୨୦’ ଶୀର୍ଷକ ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ସବୁ ରହିଛି।

ରିପୋର୍ଟରେ ପିଏଲଏର ଏହି ସୈନ୍ୟ ଲଜିଷ୍ଟିକ୍ ନେଟୱାର୍କ ଆମେରିକାର ସୈନ୍ୟ ଅଭିଯାନରେ ହସ୍ତକ୍ଷେପ ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଇଛି। ସେହିପରି ବୈଶ୍ୱିକ ସୈନ୍ୟ ଉଦ୍ଦେଶ୍ୟ ଭାବେ ପିଆରସି ଯୁକ୍ତରାଷ୍ଟ୍ର ଆମେରିକା ବିରୋଧରେ ମଧ୍ୟ ଆକ୍ରମକ ଅଭିଯାନକୁ ସମର୍ଥନ କରିପାରେ। ଏଥିଲାଗି ଚୀନ୍‌ ପ୍ରଥମରୁ ନାମିବ୍ୟା, ଭନାଟୁ ଓ ସୋଲମନ ଦ୍ୱୀପ ସମୂହ ସହ ବୁଝାମଣା ମଧ୍ୟ କରି ରଖିଛି। ଏଥିରେ ପିଏଲଏ ‘ସିଲ ଲାଇନ୍ସ ଅଫ କମ୍ୟୁନିକେସନ’ ସମେତ ହରମୁଜ ଷ୍ଟ୍ରେଟ୍‌, ଆଫ୍ରିକା ଓ ପ୍ରସାନ୍ତ ଦ୍ୱୀପ ସମୂହ ପର୍ଯ୍ୟନ୍ତ ତାର ନେଟୱାର୍କ ବ୍ୟପ୍ତ କରିବା ଲାଗି ଯୋଜନାରେ ଥିବା ନେଇ ପେଣ୍ଟାଗନ କଂଗ୍ରେସକୁ ସତର୍କକରାଇଛି।

ବେଜିଂ ୱାନବେଲ୍ଟ ୱାନ ରୋଡ (ଓବିଓଆର) ଉପଯୋଗ କରି ନିଜର ବିକାଶ ନିମନ୍ତେ ପଡୋଶୀ ଦେଶଙ୍କ ସହିତ ଦୂର ଦୂରାନ୍ତରେ ଥିବା ଦେଶମାନଙ୍କ ସହ ମଧ୍ୟ ବୁଝାମଣା କରୁଛି। ଯାହା ଦ୍ୱାରା ଦେଶର ଆର୍ଥିକ ଏକଛତ୍ରବାଦକୁ ଆହୁରି ମଜଭୁତ କରି ପାରିବା ସହ ଏକଛତ୍ରବାଦ ଚଳାଇପାରିବ ବୋଲି  ପଣ୍ଟାଗନ ରିପୋର୍ଟରେ ଆଶଙ୍କାବ୍ୟକ୍ତ କରିଛି।

   Related Posts