ଆମେରିକୀୟ ଜାହାଜକୁ ଧକ୍କା ଦେବାକୁ ମାଡ଼ି ଆସିଲା ଋଷୀୟ ନୌସେନା ଜାହାଜ : ଅଳ୍ପକେ ବର୍ତ୍ତିଲା
11/01/2020 at 12:38 PM

ଓ୍ବାଶିଙ୍ଗଟନ୍ ୧୧/୧: ପେଣ୍ଟାଗନ୍ ଅଭିଯୋଗ କରିଛି ଯେ ଆରବସାଗରରେ ଗତକାଲି ଋଷୀୟ ନୌସେନା ଆକ୍ରମଣାତ୍ମକ ବେଶ ଧାରଣ କରିଥିଲା। ଋଷୀୟ ନୌସେନାର ଏକ ଜାହାଜ ଆମେରିକୀୟ ନୌସେନାର ବିଧ୍ବଂସକ ଜାହାଜକୁ ଧକ୍କା ଦେବାର ପରିସ୍ଥିତିରେ ଆସିଯାଇଥିଲା। ଋଷୀୟ ଜାହାଜ ୟୁଏସଏସ୍ ଫୈରାଗଟ ସହ ଧକ୍କା ଦେବାର ଚେତାବନୀ ଉପରେ ଧ୍ୟାନ ଦେଇନଥିଲା ଏବଂ ମୋଡ଼ିବା ପୂର୍ବରୁ ଏହା ଅତ୍ୟନ୍ତ ପାଖାପାଖି ଆସି ଯାଇଥିଲା।
ଏହି ଜାହାଜ ଧକ୍କା ହେଉ ହେଉ ବର୍ତ୍ତିଯାଇଛି। ଆମେରିକୀୟ ନୌସେନା ଏହି ଘଟଣାର ଭିଡିଓ ଫୁଟେଜ ଜାରି କରିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଋଷର ଜାହାଜ କ୍ଷିପ୍ର ଗତିରେ ଆମେରିକାର ଯୁଦ୍ଧଜାହାଜ ଆଡ଼କୁ ବଢ଼ୁଛି। ଧକ୍କାରୁ ବର୍ତ୍ତିବା ପାଇଁ ଆନ୍ତର୍ଜାତୀୟ ସାମୁଦ୍ରିକ ସଙ୍କେତକୁ ଅଣଦେଖା କରିଛି।
Related Posts
କୋଭିଡ ଟିକା ଯୋଗାଣ ଲାଗି ଏଯାଏଁ ପାକିସ୍ତାନରୁ ମିଳିନି ଅନୁରୋଧ: MEA
22 January 2021