Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଭତ୍ତା ଟଙ୍କା ହଡପ ପାଇଁ ଯୋଜନା : ଭତ୍ତା ପାଇଁ ଆସିଥିଲେ ହେଲେ ଶବ ହୋଇଗଲେ, ବିଧାନସଭାର ଶୂନ୍ୟକାଳରେ ପ୍ରଶ୍ନ ଉଠାଇଲେ ବିରୋଧୀ

17/11/2018 at 8:15 PM

ଭୁବନେଶ୍ୱର ୧୭/୧୧ : ଭତ୍ତା ପାଇଁ ଆସି କେଉଁଠି ବୃଦ୍ଧା ମଲେଣି ତ ଆଉ କେଉଁଠି ବୃଦ୍ଧ ବୃଦ୍ଧାଙ୍କ ଭତ୍ତା ଟଙ୍କା ହଡପ ହେଲାଣି । ରାଜ୍ୟରେ ଗତ ଦୁଇ ଦିନ ମଧ୍ୟରେ ଏଭଳି ଦୁଇଟି ଘଟଣା ଦେଖିବାକୁ ମିଳିଥିବା ବେଳେ ଏହି ପ୍ରସଙ୍ଗ ଉଠିଛି ବିଧାନ ସଭାରେ । ଭତ୍ତା ପାଇଁ ନୟାଗଡରେ ଜଣ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ସରକାରୀ କର୍ମଚାରୀଙ୍କ ଦାୟିତ୍ବ ହୀନତା ପାଇଁ ଗଞ୍ଜାମ ଦିଗପହଣ୍ଡି ବଉଳଝୋଳି ପଞ୍ଚାୟତରେ ହିତାଧିକାରୀଙ୍କ ଭତ୍ତା କାର୍ଡରେ ଅନ୍ୟମାନେ ଟିପ ଚିହ୍ନ ମାରି ଭତ୍ତା ଟଙ୍କା ହଡପ ପାଇଁ ଯୋଜନା କରିଛନ୍ତି ।
ଭତ୍ତା ପାଇଁ ଆସିଥିଲେ ହେଲେ ଶବ ହୋଇଗଲେ । ଭତ୍ତା ପାଇଁ ନୟାଗଡ ରଣପୁରର ବୃଦ୍ଧା ପ୍ରେମଲତା ଲେଙ୍କା ପଟିଆମାଳ ପଞ୍ଚାୟତ ଅଫିସକୁ ୭ କିମି ଚାଲିଚାଲି ଆସିଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଗଣମାଧ୍ୟମରେ ଆସିବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗକୁ ଆଜି ବିଧାନସଭାର ଶୂନ୍ୟକାଳରେ ଉଠାଇଥିଲେ । ଭତ୍ତା ପାଇଁ ପଞ୍ଚାୟତ ଅଫିସକୁ ଆସିପାରୁନଥିବା ବୃଦ୍ଧ ଓ ବୃଦ୍ଧାଙ୍କୁ ସେମାନଙ୍କ ଘରେ ଭତ୍ତା ପହଞ୍ଚାଇବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ହେଲେ ଏହା କାର‌୍ୟ୍ୟକାରୀ ହେଉନି । ଯେଉଁଥିପାଇଁ ଜଣେ ବୃଦ୍ଧାଙ୍କର ପାଣଗଲା ବୋଲି ଅଭିଯୋଗ କରିଥିଲେ ନରସିଂହ । ସେହିପରି ବାର୍ଦ୍ଧକ୍ୟ ଭତ୍ତା ୩ଶହ ଟଙ୍କାରୁ ହଜାରେ ଟଙ୍କାକୁ ବଢାଇବାକୁ ଦାବି କରିଥିଲେ ନରସିଂହ । ଏହାକୁ ବିଜେଡି ବିଧାୟକ ମହେଶ ସାହୁ ଓ ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓ ମଧ୍ୟ ସମର୍ଥନ ଜଣାଇଛନ୍ତି ।

ଏ ତ ଗଲା ଭତ୍ତାଙ୍କ ପାଇଁ ବୃଦ୍ଧାଙ୍କ ଜୀବନ ଯିବା ଘଟଣା । ହେଲେ ଗଞ୍ଜାମ କୁକୁଡାଖଣ୍ଡି ବ୍ଳକ୍ର ବଉଳଝୋଳି ପଞ୍ଚାୟତ ଅଫିସରେ କଣ ଚାଲିଛି ଦେଖନ୍ତୁ। ଏକାଧିକ ହିତାଧିକାରୀଙ୍କ ଭତ୍ତା କାର୍ଡରେ ଟିପ ଚିହ୍ନ ମାରୁଛନ୍ତି ଜଣେ ବ୍ୟକ୍ତି। ତାହା ପୁଣି ଚାଲିଛି ଭତ୍ତା ବଣ୍ଟନ କରୁଥିବା ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ । ଏହି ଭିଜୁଆଲ୍ ହିଁ କହୁଛି ଭତ୍ତା ବଣ୍ଟନର ଗୁମର କଥା । ହିତାଧିକାରୀଙ୍କ ଭତ୍ତା ଟଙ୍କା ଟଙ୍କାକୁ ଆତ୍ମସାତ୍ କରାଯାଉଛି। ଏ ନେଇ ଆମେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ନେଇଥିଲୁ। ଏନେଇ କୌଣସି ଦୁଇ ନମ୍ବର କାମ ହୋଇନାହିଁ । ଏଭଳି କାର‌୍ୟ୍ୟ କୁଆଡେ ସବୁ ପଞ୍ଚାୟତରେ ଚାଲିଥାଏ ବୋଲି ସେ କହିଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳ କହିଛନ୍ତି ଘଟଣାର ତଦନ୍ତ ହେବ ।

ବୃଦ୍ଧ ବୃଦ୍ଧାଙ୍କ ପାଇଁ ପୁଳାପୁଳା ସରକାରୀ ଯୋଜନା । ହେଲେ ଏହି ଯୋଜନାର ଫାଇଦା ଉଠାଉଛନ୍ତି ଅସାଧୁ ଅଧିକାରୀ ଓ କୁଜି ନେତା ।

   Related Posts