ଭତ୍ତା ହେରଫେର : ୫ବର୍ଷରେ ୫କୋଟି ଟଙ୍କାର ମହାଦୁର୍ନୀତି, ଦୁର୍ନୀତିରେ ବୁଡିଛନ୍ତି ବ୍ଲକ୍ କର୍ମଚାରୀ !

Published By : Prameya-News7 Bureau | August 13, 2019 IST

ଭୁବନେଶ୍ବର।ସୁବର୍ଣ୍ଣପୁର ୧୩|୮:  ସୁବର୍ଣ୍ଣପୁର  ଜିଲ୍ଲା ଉଲୁଣ୍ଡା ବ୍ଲକରେ ଭତ୍ତା ମହାଦୁର୍ନୀତି । ହିତାଧିକାରୀଙ୍କ ପାଇଁ ଆସିଥିବା ୫ କୋଟି ଟଙ୍କାର ହିସାବ ମିଳୁନାହିଁ   ।  ପ୍ରାଥମିକ  ତଦନ୍ତରୁ  ୨ଲକ୍ଷ ୩୫ହଜାର ୨୦୦ ଟଙ୍କା, ସରକାରୀ ବାବୁମାନେ ଚଳୁ କରିଥିବା ଅଡିଟ ରିପୋର୍ଟ କହୁଛି । ନିର୍ବାହୀ ଅଧିକାରୀ, ଜିଆରଏସ ଏବଂ କିଛି ବ୍ଲକ କର୍ମଚାରୀ ଗରିବଗୁରୁବା ନିସହାୟଙ୍କ ଭତ୍ତା ଟଙ୍କାରେ ଅୟସ କରୁଛନ୍ତି  ।

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ଏମିତି ଏକ ଭତ୍ତା କେଳେଙ୍କାରୀର ଦସ୍ତାବିଜ ଲାଗିଛି ନ୍ୟୁଜ୍ ସେଭେନ୍ ହାତରେ । ଷ୍ଟେଟ୍ ଲୋକାଲ୍ ଫଣ୍ଡ ଅଡିଟରୁ ମହାଦୁର୍ନୀତିର ପର୍ଦ୍ଦାଫାସ ହୋଇଛି । କୌଣସି ହିତାଧିକାରୀ ଅନୁପସ୍ଥିତ ଥିଲେ, ବୟସାଧିକ୍ୟ କାରଣରୁ ବ୍ଲକ୍ ଅଫିସ ନଆସିପାରିଲେ ଭତ୍ତା ବଣ୍ଟନ ଦାୟିତ୍ବରେ ଥିବା ସରକାରୀ ବାବୁ ତାକୁ ହେରଫେର କରିବାର ମଉକା ପାଆନ୍ତି।

କେବଳ ସେତିକି ନୁହେଁ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହୋଇଗଲେ ମଧ୍ୟ ତାଙ୍କ ନାଁରେ ପେନସନ୍ ଉଠାଣ ହେଉଥିବା ଭଳି ଅଭିଯୋଗ ଆସୁଛି । ତେବେ ଅଡିଟ୍ ରିପୋର୍ଟରେ ଭତ୍ତା ହେରଫେର ନେଇ ଜଣା ପଡିବା ପରେ ମଧ୍ୟ ଜିଲ୍ଲାପାଳ କହିଛନ୍ତି ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଭତ୍ତାଟଙ୍କା ହଡ଼ପ କଥା ନ୍ୟୁଜ୍ ୭ରେ ଖୁଲାସା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଉଲୁଣ୍ଡା ବିଡ଼ିଓ ନୀଳାମ୍ବର ମହାନନ୍ଦ । ବିଡିଓ କହିଛନ୍ତି, ସେ ନିଜେ ଘଟଣାର ତଦନ୍ତ କରିବେ । ୭ ଦିନ ମଧ୍ୟରେ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ନେବେ । ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.