ଭୂତ ଖାଉଛି ଭତ୍ତା : ମୃତ୍ୟୁ ପରେ ମୃତକଙ୍କ ନାମରେ ଉଠୁଛି ପେନସନ

Published By : Prameya-News7 Bureau | August 22, 2019 IST

କଳାହାଣ୍ଡି ୨୨|୮:  ଭୂତ ଖାଉଛି ଭତ୍ତା । ମୃତ୍ୟୁର ଦୀର୍ଘ ଦିନ ପରେ ବି ମୃତକଙ୍କ ନାଁ ରେ ମଧୁବାବୁ ପେନସନ ଟଙ୍କା ଉଠୁଥିବା ଅଭିଯୋଗ ହୋଇଛି । ଆଉ ଏହା ଧରିଛନ୍ତି ମୃତକ ଙ୍କ ସ୍ବାମୀ ।  ପଞ୍ଚାୟତ ରେଜିଷ୍ଟାରରୁ ଟିପ ଚିହ୍ନ ରେ ଟଙ୍କା ଉଠାଣ ହୋଇଥିବା ସ୍ପଷ୍ଟ ହୋଇଛି  କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଭଇଁରୀଗୁଡା ପଚଂ।ୟତ ରୁ ଆସିଥିବା ଏହି ଅଭିଯୋଗରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ।

{"id":147443}

ମୃତ୍ୟୁର ୧୭ ମାସ ପରେ ବି କାଗଜକଲମରେ ଏବେ ବି ଜୀବୀତ । ଭୂତ ଉଠାଇ ନେଇଯାଉଛି  ଭତ୍ତା । ଜୁନାଗଡ଼ ଭଇଁରୀଗୁଡା ପଞ୍ଚାୟତରେ  ଏପରି ସାଂଘାତିକ କାରନାମାର ଅଭିଯୋଗ ହୋଇଛି ।  ପୋରା ଗାଁ ର ଅମ୍ବିକା ସାହୁ ଙ୍କର ୨୦୧୭  ଫେବୃଆରୀ ରେ ମୃତ୍ୟୁ ହୋଇଥିଲା । କିନ୍ତୁ ତା ପରେ ବି ପ୍ରତିମାସରେ  ପଞ୍ଚାୟତ ଅଫିସରୁ ଅମ୍ବିକା ସାହୁଙ୍କ ନାମରେ ମଧୁବାବୁ ଯୋଜନାରେ ମାସିକ ୩ ଶହ ଟଙ୍କା ତିନ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଉଠାଣ ଜାରି ରହିଛି । ମୃତ ଅମ୍ବିକାଙ୍କ ସ୍ବାମୀ ତ୍ରିନାଥ ସାହୁ  ଏନେଇ ଅଭିଯେଗ କରିବାପରେ  ପଞ୍ଚାୟତ କାର୍ଯ୍ୟଳୟ ସମୀକ୍ଷା ବୈଠକରେ  ଯାଞ୍ଚ କାଗଜ ପତ୍ର ରୁ ଟଙ୍କା ଉଠାଣ ସ୍ପଷ୍ଟ ହୋଇଛି । ମୃତକଙ୍କ ନାଁରେ ରେଜିଷ୍ଟାରରେ ଟିପ ଚିହ୍ନ ଦେଇ ନିୟମିତ ଟଙ୍କା ଉଠାଣ  କରାଯାଇଛି ।ଏହାର ତଦନ୍ତ ସହ ଟଙ୍କା ଉଠାଇଥିବା ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ମୃତକଙ୍କ ସ୍ବାମୀ ଦାବି କରିଛନ୍ତି ।  

{"id":147444}

ପିଇଓ କ୍ଷମା ସାଗର ସାହୁ ଟଙ୍କା ଉଠାଣକୁ ସ୍ବୀକାର କରିଛନ୍ତି। ମୃତକଙ୍କ ମଧୁବାବୁ ପେନସନ ଖାତା ଆଣି ସମ୍ପର୍କୀୟ ପୁର୍ଣଚନ୍ଦ୍ର ସାହୁ ଟଙ୍କା ନେଇଥିବା  କଥା ସେ କହିଛନ୍ତି , ଭତ୍ତା ବଣ୍ଟନର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି । ଏହା ଏକ ଧର୍ତ୍ତବ୍ୟ  ଅପରାଧ ହୋଇଥିବା ବେଳେ  ଜୁନାଗଡ ବ୍ଲକ ଏସ.ଇ.ଓ ତୁଷାର ରଞନ ଦାସ  ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

{"id":147445}

ମୃତକଙ୍କ ନାମରେ ଟଙ୍କା ଉଠାଣ ଘଟଣାରେ ଉଠାଣକାରୀ ସହ ପଞ୍ଚାୟତ ଆଧିକାରୀ ବି ସନ୍ଦେହ ଘେରକୁ ଆସୁଛନ୍ତି ।ହିତାଧିକାରୀଙ୍କ ବଦଳରେ ଅନ୍ୟଜଣକର ଟିପରେ ଚିହ୍ନ କିପରି ରେଜିଷ୍ଟାରରେ ନିଆଯାଉଥିଲା ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରି ଘଟଣା ପୂର୍ବରୁ ଆଉ କେଉଁ କ୍ଷେତ୍ର୍ରରେ  ଘଟିଛି ନା ନାହିଁ, ତାହା ବି ସନ୍ଦେହ ଘେରରେ । ତେଣୁ ଘଟଣାର ତ୍ବରିତ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.