ଛତ୍ରପୁର ବ୍ଲକ ପକ୍ଷରୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ, ମୁଖ୍ୟ ଅତିଥିଭାବେ ଯୋଗଦେଲେ ବିଧାୟକ ସୁବାସ ଚନ୍ଦ୍ର ବେହେରା

Published By : Prameya-News7 Bureau | November 03, 2021 IST

ଖଲ୍ଲିକୋଟ, ୩/୧୧: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ପକ୍ଷରୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସାମାଜିକ ସୁରକ୍ଷା ଯୋଜନା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ।

ଏହି ଯୋଜନା ମଧ୍ୟରେ ଭତ୍ତା ଗୋଟିଏ ମୁଖ୍ୟ ଯୋଜନା ବୋଲି ବିଧାୟକ ମତପୋଷଣ କରିବା ସହ ଯେପରି ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ଜଣେ ବି ବ୍ୟକ୍ତି ଏହି ଯୋଜନାରୁ ବାଦ ପଡିବେ ନାହିଁ ସେ ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ । ସମସ୍ତ ବିଭାଗ ଏକ ହୋଇ କାମ କରିଲେ ଛତ୍ରପୁର ବ୍ଲକ ଏକ ଆଦର୍ଶ ବ୍ଲକରେ ପରିଣତ ହୋଇପାରିବ ବୋଲି ସେ କହିଛନ୍ତି ।

{"id":537971,"sizeSlug":"full","linkDestination":"none"}

ଏହି ଅବସରରେ ସମୁଦାୟ ୩୦୬ ଜଣକୁ ଭତ୍ତା ବଂଟନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୩୮ ଜଣ କୋଭିଡ ସମୟରେ ଦେହାନ୍ତ ହୋଇଥିବା ପରିବାରକୁ ମଧ୍ୟ ଏହି ଭତ୍ତା ଯୋଜନାରେ ସାମିଲ ହୋଇ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡି, ଉପାଧ୍ୟକ୍ଷା ଅମିତା ସାହୁ, ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ସରପଂଚ ପିତାମ୍ବର ପଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ ରାଜେନ୍ଦ୍ର ମଲ୍କିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.