ଅଜବ ବିବାହ: ଗୁଗୁଲ ମିଟ୍‌ରେ ବର-କନ୍ୟାକୁ ଆଶିଷ ଦେବେ ସଂପର୍କୀୟ, ଜୋମାଟୋ ସାହାଯ୍ୟରେ ଅତିଥୀଙ୍କ ଘରେ ପହଞ୍ଚିବ ସ୍ୱାଦିଷ୍ଟ ଖାଦ୍ୟ

Published By : Prameya-News7 Bureau | January 19, 2022 IST

ପଶ୍ଚିମବଙ୍ଗ ୧୯/୦୧: କରୋନା କାଳରେ ବିବାହ ଏବେ ବଡ ଟେନସନ । ବିଶେଷ କରି କମ ଅତିଥିରେ ବାହାଘର ସମସ୍ତ ପାଇଁ ବଢାଇଛି ଚିନ୍ତା । ତେବେ ପଶ୍ଚିମବଙ୍ଗର ଜଣେ ଦମ୍ପତ୍ତି ନିଜ ବିବାହରେ ୪୫୦ ଅତିଥୀଙ୍କୁ ନିମନ୍ତ୍ରଣ କରିବାକୁ ଯାଉଛନ୍ତି । ତା ପୁଣି କୌଣସି ନିୟମ ଉଲ୍ଲଂଘନ ନକରି । ସୂଚନା ଥାଉକି, ଜାନୁଆରୀ ୨୪ରେ, ସନ୍ଦିପନ ସରକାର ଓ ଅଦିତି ଦାସ ବିବାହ କରିବାକୁ ଯାଉଛନ୍ତି ।

ଯେଉଁଥିରେ ଅତିଥିମାନେ ଗୁଗୁଲ୍ ମିଟ୍ ରେ ବିବାହ ଉତ୍ସବରେ ଯୋଗଦେବେ । ତେବେ ଏହି ଅତିଥିମାନଙ୍କ ପାଇଁ ଖାଦ୍ୟ ପାନୀୟ ବ୍ୟବସ୍ଥା ବି ହୋଇଛି । ହେଲେ ଏହି ଖାଦ୍ୟ ଅଫଲାଇନ ନୁହେଁ ଅନଲାଇନରେ କରାଯାଇଛି ବ୍ୟବସ୍ଥା । ଜୋମାଟୋ ପକ୍ଷରୁ ସେମାନଙ୍କ ଘରେ ଖାଦ୍ୟ ବିତରଣ କରାଯିବ । ସନ୍ଦୀପନ କୁହନ୍ତି, ଗତ ବର୍ଷ ଠାରୁ ଆମେ ବିବାହ କରିବାକୁ ଚିନ୍ତା କରୁଛୁ କିନ୍ତୁ ମହାମାରୀ ଏକ ସମସ୍ୟା ହୋଇ ଯାଇଛି ଆମ ପାଇଁ ।

ସେମାନଙ୍କ ଅତିଥିମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଏବଂ କୋଭିଡ ନିୟମ ଅନୁଯାୟୀ ୨୦୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରି ନିୟମ ଭଙ୍ଗ ନକରିବା ପାଇଁ ବର୍ଡୱାନର ଏହି ଦମ୍ପତି ଗୁଗୁଲ ମିଟରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅତିଥିମାନେ ଏହି ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମରେ ବିବାହର ଲାଇଭ୍ ଟେଲିକାଷ୍ଟକୁ ଉପଭୋଗ କରିପାରିବେ । ନିଜ ଘରେ ଆରାମରେ ବସି ଜୋମାଟୋରୁ ଖାଦ୍ୟ ଖାଇବେ ।

୨୮ ବର୍ଷିୟ ସନ୍ଦୀପନ କହିଛନ୍ତି ଯେ କୋଭିଡ ସହ ଜଡିତ ସମସ୍ୟା ହେତୁ ସେ ୪ ଦିନ ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ଡିଜିଟାଲ୍ ବାହାଘର ଧାରଣା ତାଙ୍କ ମନରେ ଆସିଥିଲା । ମୋର ପରିବାର ଏବଂ ଅତିଥିମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ମୁଁ ବହୁତ ଚିନ୍ତିତ ଥିଲି । ଏସବୁ ଦିଗକୁ ମୁଁ ବିଚାର କରିବା ପରେ ଏମିତି ନିଷ୍ପତ୍ତି ନେଇଛି । ସେ ଆହୁରି ମଧ୍ୟ କହିଛନ୍ତି, ବିବାହରେ କେବଳ ୧୦୦ ରୁ ୧୨୦ ଅତିଥି ଉପସ୍ଥିତ ରହି ଏଥିରେ ଯୋଗଦେବେ । ୩୦୦ରୁ ଅଧିକ ଅତିଥି ବିବାହର ଲାଇଭ ଟେଲିକାଷ୍ଟ ଦେଖିବେ ।

ନିମନ୍ତ୍ରିତ ସମସ୍ତ ବ୍ୟକ୍ତି ବିବାହର ଗୋଟିଏ ଦିନ ପୂର୍ବରୁ ବିବାହ ଲିଙ୍କ ଏବଂ ପାସୱାର୍ଡ ପାଇବେ । ସେପଟେ ଜୋମାଟୋ ଅଧିକାରୀ ସନ୍ଦୀପନ ଆଦିତ୍ୟଙ୍କ ଏହି ନିଷ୍ପତ୍ତିକୁ ଉଚ୍ଚ ପ୍ରଶଂସା କରିଛନ୍ତି । “ଏହା ଆମ ପାଇଁ ଏକ ନୂତନ ଧାରଣା ପରି । ମୁଁ କମ୍ପାନୀର ସିନିୟରମାନଙ୍କ ସହ କଥା ହେଲି ଏବଂ ସେମାନେ ଏହି ପଦକ୍ଷେପକୁ ସ୍ୱାଗତ କରୁଛି । ମହାମାରୀ ସମୟରେ ଏହି ପଦକ୍ଷେପକୁ ଆମେ ଅତ୍ୟଧିକ ପ୍ରଶଂସା କରୁଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.