Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାବାଡ୍ ହେଲେ ଅମାନିଆ ବ୍ୟବସାୟୀ: ବନ୍ଦ ହେଲା ଦୋକାନ, ଆଦାୟ କରାଗଲା ଜରିମାନା

16/08/2020 at 7:05 PM

ବ୍ରହ୍ମପୁର୧୬/୮: ଗଞ୍ଜାମ ଜିଲ୍ଳା ପ୍ରଶାସନ ପୁଣି ଦୋକାନ ଉପରେ ଚଢ଼ାଉ କରିଛି। କୋଭିଡ୍ ନିୟମ ଉଲଂଘନ ଏବଂ ଜିଲ୍ଲା ପ୍ରଶାସନର ପଞ୍ଚସୂତ୍ରୀ ନିୟମ ଉଲଂଘନ କରିବା ଅଭିଯୋଗରେ ଚଢାଉ ହୋଇଛି। ପାଞ୍ଚୋଟି ଦୋକାନକୁ ସିଲ୍ କରିବା ସହ ସେମାନଙ୍କଠାରୁ ୧୨,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ବିଭିନ୍ନ ମନ୍ଦିର ଉପରେ ମଧ୍ୟ ଚଢାଉ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନର ସୂଚନା। ଗଞ୍ଜାମ ଜିଲ୍ଳାରେ  କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାର ଲାଗିଛି। କିନ୍ତୁ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କିଛି ଅମାନିଆ ବ୍ୟବସାୟୀ କୋଭିଡ୍ କଟକଣା ଫୁ କରି ନିଜ ବ୍ୟବସାୟ ଚଳାଇଛନ୍ତି। ଏହି ଘଟଣା ଜିଲ୍ଲା ପ୍ରଶାସନ କାନରେ ପଡିବା ପରେ ସେହି ଦୋକାନ ଗୁଡିକ ବନ୍ଦ କରିବା ସହ ଦୋକାନ ମାଲିକଙ୍କଠାରୁ ୧୨ ଜରିମାନା ଆଦାୟ କରାଯାଇଛି।

   Related Posts