Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ପେଗାସସ୍‌ ମାମଲା, ନିଜ ଫୋନ୍‌ର ଫରେନ୍ସିକ୍‌ ଯାଞ୍ଚ କରାନ୍ତୁ ରାହୁଲ: ସମ୍ବିତ ପାତ୍ର

28/07/2021 at 6:26 PM

ନୂଆଦିଲ୍ଲୀ ୨୮/୭: ପେଗାସସ୍‌ ଫୋନ୍‌ ଟ୍ୟାପିଂ ମାମଲାରେ ବୁଧବାର ରାହୁଲ ଗାନ୍ଧୀ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ଜୋରଦାର ଟର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ନରେନ୍ଦ୍ର ମୋଦୀ ଫୋନ୍‌ରେ ଏକ ଅସ୍ତ୍ର ପକାଇଛନ୍ତି ଏବଂ ମୋ ବିରୋଧରେ ମଧ୍ୟ ଅସ୍ତ୍ରର ପ୍ରୟୋଗ କରାଯାଇଛି । ଏହାକୁ ନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଜବାବ ମଧ୍ୟ ଦେଇଛନ୍ତି ।

ସମ୍ବିତ ପାତ୍ର କହିଛନ୍ତି, ‘ଯଦି ଆପଣଙ୍କ ଫୋନ୍‌ରେ ଅସ୍ତ୍ର ପୂରାଇ ଦିଆଯାଇଥିଲା ତେବେ ଆପଣ ଏତେ ଦିନ ଚୂପ କାହିଁକି ଥିଲେ ?  ଏହାକୁ ବାହାର କରିବା ପାଇଁ ଫରେନ୍ସିକ୍‌ ଡିପାର୍ଟମେଣ୍ଟ ଗଲେ କି ?  ଥାନାରେ ଏତଲା ଦେଲେ ନା ନାହିଁ ? ତାଙ୍କ ଫୋନ୍‌ରେ କୌଣସି ହତିଆର ନାହିଁ। ଯେଉଁ ଜିନିଷ ହିଁ ନାହିଁ ତାକୁ ଅସ୍ତ୍ର କରି ସଂସଦରେ ହଙ୍ଗାମା କରିବା ଏବଂ ପ୍ରକୃତ ପ୍ରସଙ୍ଗକୁ ଏଡ଼ାଇ ଯିବା ନେଇ ଏହା ଏକ ଚକ୍ରାନ୍ତ । ଯଦି ଆପଣଙ୍କ ଫୋନ୍‌ରେ ସତରେ ଅସ୍ତ୍ର ଅଛି ତେବେ ଜଳଦି ଯାଇ ସଂସଦର ଥାନାରେ ବାହାର କରାନ୍ତୁ।’

ସମ୍ବିତ ପାତ୍ର ଆହୁରି ମଧ୍ୟ କହିଛନ୍ତି, ପେଗାସସ୍‌ ଉପରେ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସଂସଦରେ ଜବାବ ଦେଉଥିଲେ। ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଉଥିଲେ। କିନ୍ତୁ ଆପଣମାନେ ମନ୍ତ୍ରୀଙ୍କ ହାତରୁ କାଗଜ ନେଇ ଚିରି ଫିଙ୍ଗିଦେଲେ। ଏହା ଜଣେ ନେତାର ଦାୟିତ୍ବ ନୁହେଁ ବରଂ ଦାୟିତ୍ବହୀନତା ବୋଲି ସମ୍ବିତ ପାତ୍ର କହିଛନ୍ତି। ଏହା ସହ ଆମେ ସଂସଦରେ ଉତ୍ତର ଦେଉଛୁ ବୋଲି ସେ କହିଛନ୍ତି।

ଏତିକିରେ ରୋକିନାହାନ୍ତି ସମ୍ବିତ। ସେ ଆହୁରି କହିଛନ୍ତି, ‘ ଆମକୁ ସେଦିନ ମଧ୍ୟ ମନେ ଅଛି ଯେବେ ଆପଣ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ସିଂହଙ୍କ ଅର୍ଡିନାନ୍ସ(ଅଧ୍ୟାଦେଶ) ଚିରି ଉଡ଼ାଇଥିଲେ। । ଠିକ ସେହିଭଳି ଆପଣଙ୍କୁ ଅନୁକରଣ କରି ସଂସଦରେ ମନ୍ତ୍ରୀଙ୍କ ହାତରୁ କାଗଜ ଫାଡ଼ି ଫିଙ୍ଗିବା ଦାୟିତ୍ବ ନୁହେଁ। ରାହୁଲ ଏବଂ ଦାୟିତ୍ବ ଏକା ସାଙ୍ଗରେ ଚାଲିପାରିବେ ନାହିଁ। ରାହୁଲର ଅର୍ଥ ହିଁ ଦାଇତ୍ବହୀନତା।  

   Related Posts