Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ପେଗାସସ ଗୁଇନ୍ଦାଗିରି ବିବାଦ: ଦେଶର ପ୍ରଧାନ ବିଚାରପତିଙ୍କୁ ଶତାଧିକ ଲୋକଙ୍କ ପତ୍ର, ତୁରନ୍ତ ହସ୍ତକ୍ଷେପ କରିବାକୁ ଗୁହାରି

29/07/2021 at 8:47 PM

ନୂଆଦିଲ୍ଲୀ ୨୯।୦୭:  ପେଗାସସ୍ ଗୁଇନ୍ଦାଗିରି ମାମଲାକୁ ନେଇ ବିବାଦ ଶୀଘ୍ର ଥମିବା ଭଳି ଲାଗୁନାହିଁ। ଏବେ ୫୦୦ରୁ ଅଧିକ ଲୋକ ଏବଂ ସଂଗଠନ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ସିଜେଆଇଙ୍କୁ ଲେଖା ହୋଇଥିବା ଚିଠିରେ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପେଗାସସ ସ୍ପାଇଓ୍ଵେର ପ୍ରସଙ୍ଗରେ ପ୍ରକାଶିତ ଖବରକୁ ଉଲ୍ଲେଖ କରାଯାଇଛି।

ଚିଠି ଲେଖିଥିବା ଲୋକେ ଆଶ୍ଚର୍ଯ୍ୟପ୍ରକାଶ କରିଛନ୍ତି ଯେ, ପେଗାସସ ସ୍ପାଇଓ୍ଵେରର ବ୍ୟବହାର ଛାତ୍ର, ଶିକ୍ଷା ସହ ଜଡିତ ଲୋକ, ସାମ୍ବାଦିକ, ମାନବାଧିକାର କର୍ମୀ, ଓକିଲ ଓ ଯୌନ ପ୍ରତାଡନାରେ ପୀଡିତ ଲୋକଙ୍କ ଗୁଇନ୍ଦାଗିରି ପାଇଁ କରାଯାଇଥିଲା। ଏଥିସହ ଲୋକଙ୍କ ସୁରକ୍ଷା ଓ ଗୋପନୀୟତାର ଉଲ୍ଲଂଘନ ପ୍ରସଙ୍ଗ ପ୍ରତି ମଧ୍ୟ ଧ୍ୟାନ ଆକର୍ଷିତ କରିଛନ୍ତି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ମହିଳାଙ୍କ ପାଇଁ ପେଗାସସ ମାମଲା ବହୁତ ଚିନ୍ତାଜନକ ବିଷୟ। ରାଜ୍ୟ କିମ୍ବା ଦେଶରେ ଉଚ୍ଚ ପଦରେ ଆସିନ ପୁରୁଷଙ୍କ ବିରୋଧରେ ସ୍ଵର ଉଠାଇବାର ଅର୍ଥ ଏହି ପରି ସ୍ପାଇଓ୍ଵେର ଜରିଆରେ ନଜର ରଖି ସ୍ଵର ଉତ୍ତୋଳନକାରୀଙ୍କୁ ବର୍ବାଦ କରି ଦିଆଯିବ। ଏହା ମଧ୍ୟ କୁହାଯାଇଛି ଯେ, ମାନବାଧିକାର କର୍ମୀଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଉଛି ଏବଂ ଯୌନ ଉତ୍ପୀଡନର ପୀଡିତାଙ୍କ ପ୍ରତି ସରକାର ଏହି ପରି ଗୁଇନ୍ଦାଗିରି କରିବାକୁ ମଧ୍ୟ ପଛାଉ ନାହାନ୍ତି।

   Related Posts